ଫୁଲବାଣୀ: ପଡ଼ୋଶୀ ଛତିଶଗଡ଼ ପରେ ଏବେ ଓଡ଼ିଶାରେ ଲାଲ ଆତଙ୍କ। ଫୁଲବାଣୀରେ ମାତିଲେ ମାଓବାଦୀ। ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
ସଲାଗୁଡ଼ା ପଞ୍ଚାୟତ କୁସେରି ଗାଁରେ ମାଓବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି। ସ୍ୱାମୀ ଦାହିରା କହଁର ଓ ସ୍ତ୍ରୀ ବତାସି କହଁରଙ୍କୁ ହତ୍ୟା କରିଥିବା ସୂଚନା ରହିଛି, ପୁଲିସ ଯାହାର ତଦନ୍ତ କରୁଛି।