ଅପରାଧ ରାଜ୍ୟ

ପୁଲିସ୍‌ ସହ ବିବାଦ ଜୟନାରାୟଣଙ୍କ ଲମ୍ବା ଇତିହାସ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ବଲପୁର: ପୁଲିସ୍‌ ସହିତ ବିବାଦ ନେଇ ଜୟ ନାରାୟଣ ମିଶ୍ରଙ୍କ ପୁରୁଣା ଇତିହାସ ରହିଛି। ବୁଧବାର ଘଟଣା ପୂର୍ବରୁ ବି ଜୟ ନାରାୟଣ ଅନେକଥର ପୁଲିସ୍ ସହ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଖଣ୍ଡା ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଧରି ବାହାରିବାର ଏକ ପରଂପରା ରହିଥିଲା। ଉକ୍ତ ଯାତ୍ରାର ଜଣେ ସକ୍ରିୟ ସଦସ୍ୟଭାବେ ଜୟ ନାରାୟଣ ବି ଖଣ୍ଡା ବୁଲାଉଥିଲେ। ତେବେ ପରବର୍ତ୍ତୀ ସମୟରେ ପୁଲିସ୍‌ ଖଣ୍ଡା ଓ ଅନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନକୁ ବାରଣ କରିଥିଲା। କିନ୍ତୁ ଜୟ ନାରାୟଣ ଏହାର ପ୍ରତିବାଦ କରି ପୁଲିସ୍‌ର ନିର୍ଦ୍ଦେଶାବଳୀ ନମାନି ଖଣ୍ଡା ବୁଲାଇଥିଲେ। ଏନେଇ ପୁଲିସ୍ ସହ ଏକାଧିକ ବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶ୍ରୀ ମିଶ୍ର ପୁଲିସ୍‌କୁ ଧମକ ଦେଇଥିବା, କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲ୍‌ ପଠା ଯାଇଥିଲା। ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ସମ୍ବଲପୁର ବନ୍ଦ କରା ଯାଇଥିଲା। ଖଣ୍ଡା ବୁଲାଇବା ସମୟରେ ଥରେ ସେ ତତ୍କାଳୀନ ସମ୍ବଲପୁର ଏସ୍‌ଡିପିଓ ଦିଲୀପ କୁମାର ଦେଓ ଓ ଧନୁପାଲି ଥାନା ଅଧିକାରୀ ତୁଫାନ୍‌ ବାଗ୍‌ଙ୍କ ସହ ମୁହାଁମୁହିଁ ହୋଇଥିଲେ। ତତ୍କାଳୀନ ଟାଉନ୍‌ ଥାନା ଅଧିକାରୀ (ବର୍ତ୍ତମାନର ଏସ୍‌ଡିପିଓ) ପ୍ରଦୀପ ସାହୁ ବି ତାଙ୍କୁ ରୋକିବାକୁ ଚେଷ୍ଟା କଲାବେଳେ ସେ ଖଣ୍ଡା ଦେଖାଇଥିଲେ।

ସେହିପରି ତତ୍କାଳୀନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମାଭାରତୀଙ୍କ ସମ୍ବଲପୁର ଗସ୍ତରେ ଆସିଥିବାବେଳେ ପୁଲିସ୍ ହୀରାକୁଦ ମୁଖ୍ୟ ବନ୍ଧ ଉପରେ ତାଙ୍କ ଗାଡ଼ି ଯିବାକୁ ଦେଇଥିଲାବେଳେ ଶ୍ରୀ ମିଶ୍ର ଓ ଅନ୍ୟ ଦଳୀୟ ନେତାଙ୍କ ଗାଡ଼ି ଛାଡ଼ି ନଥିଲା। ଏହାକୁ ନେଇ ଜୟ ନାରାୟଣ ଓ ତତ୍କାଳୀନ ହୀରାକୁଦ ଥାନା ଅଧିକାରୀ ତୁଫାନ ବାଗଙ୍କ ମଧ୍ୟରେ ଯୁକ୍ତିତର୍କ ପାଟିତୁଣ୍ଡ ହୋଇଥିଲା। ଏନେଇ ବି ଥାନାରେ ମାମଲା ରୁଜୁ ହୋଇଥିଲା। ବିଜେପୁର ଉପନିର୍ବାଚନ ସମୟରେ ସୋହେଲା ଥାନା ବନାବରାଠାରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇ ଗୁଳି ଫୁଟିଥିଲା। ଉକ୍ତ ଘଟଣା ପରେ ବିଜେଡି ପକ୍ଷର ଜଣେ ଡ୍ରାଇଭର୍‌ଙ୍କ ମୃତ୍ୟୁରେ ବି ଜୟ ନାରାୟଣଙ୍କୁ ଅଭିଯୁକ୍ତ କରା ଯାଇଥିଲା। ତାଙ୍କ ବିରୋଧରେ ହତ୍ୟା ଭଳି ସଂଗିନ ଅଭିଯୋଗ ଲାଗିଥିଲା। ତତ୍କାଳୀନ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ସମ୍ବଲପୁର ଆସି ଜୟ ନାରାୟଣଙ୍କୁ ତାଙ୍କ ନନ୍ଦପଡ଼ାସ୍ଥିତ ବାସଭବନରୁ ଗିରଫ କରି ନେଇଥିଲେ ଓ ସେ ଅନେକ ଦିନ ଜେଲ୍‌ରେ ରହିଥିଲେ।

କରୋନା ସମୟରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। ସେତିକିବେଳେ ଜୟ ନାରାୟଣ, ରେଂଗାଲି ବିଧାୟକ ନାଉରୀ ନାୟକ ଓ ଅନ୍ୟମାନେ କୌଣସି ପ୍ରସଂଗକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ପୁଲିସ୍‌ ରୋକିବାକୁ ଉଦ୍ୟମ କରିଥିଲା। ଏଥିରେ ସ୍ଥାନୀୟ ବିଧାୟକ ହୋଇ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶିବାକୁ ଦିଆଯାଉ ନାହିଁ କହି ଜୟ ନାରାୟଣ ଉତ୍ତ୍ୟକ୍ତ ‌ହୋଇ ପଡ଼ିଥିଲେ। ତତ୍କାଳୀନ ଟାଉନ୍‌ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରା ତାଙ୍କୁ ଭିତରକୁ ଯିବାକୁ ମନା କରିବାରୁ ଶ୍ରୀ ମିଶ୍ର ତାଙ୍କୁ ଗାଳି କରିଥିଲେ। ସେହିପରି ‌ସମ୍ବଲପୁର ସହର ଦୁର୍ଗାପାଲି ଅଞ୍ଚଳରେ ଜମି ଉଚ୍ଛେଦ ଚାଲିଥିବାବେଳେ ସେଠାରେ ପହଞ୍ଚି ଶ୍ରୀ ମିଶ୍ର ଉପସ୍ଥିତ ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଡାକିଥିଲେ। କିନ୍ତୁ ଶ୍ରୀ ଅମାତ ତାଙ୍କ ପାଖକୁ ନ ଆସିବାରୁ ରାଗି ଯାଇ ଶ୍ରୀ ମିଶ୍ର ଗାଳିଗୁଲଜ କରିଥିଲେ। ତହସିଲଦାର ଶ୍ରୀ ଅମାତ ଏହି ଘଟଣାରେ ଶ୍ରୀ ମିଶ୍ରଙ୍କ ବିରୋଧରେ କ୍ଷେତରାଜପୁର ଥାନାରେ ଏତଲା ଦେଇଥିଲେ ଓ ଓଏଏସ୍‌ ଅଧିକାରୀମାନେ ମିଳିତ ବୈଠକ କରି ତାଙ୍କ ପ୍ରତିବାଦ କରିଥିଲେ।

ପୂର୍ବରୁ ବିଧାୟକ ବା ପୂର୍ବତନ ବିଧାୟକ ଥିବାବେଳେ ଏସବୁ ଘଟଣା ଘଟିଥିଲା। କିନ୍ତୁ ବିରୋଧୀ ଦଳ ନେତା ପଦ ଅଳଂକୃତ କରିବା ପରେ ଶ୍ରୀ ମିଶ୍ରଙ୍କ ପୁଲିସ୍‌ ସହ ମୁହାଁମୁହିଁର ଏହା ପ୍ରଥମ ଘଟଣା। ଶ୍ରୀ ମିଶ୍ରଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିବାବେଳେ ପୁଲିସ୍‌ ତାଙ୍କୁ ବାଧାଦେଲେ ସେ ରାଗି ଯିବାର ଅନେକ ନଜିର ରହିଛି। ହେଲେ ବୁଧବାର ଘଟଣାର ଅନ୍ୟତମ ପକ୍ଷ ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କର ମଧ୍ୟ ସେହିଭଳି ରେକର୍ଡ ରହିଛି। ଗତ ମାସରେ ସେ ଧନୁପାଲି ଥାନା ଭିତରେ ଜଣେ ସରପଞ୍ଚ ଓ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ସରପଞ୍ଚ, ତାଙ୍କ ପତ୍ନୀ ଓ ସଂପର୍କୀୟମାନେ ସେମାନଙ୍କ ନିଖୋଜ ଭାଣିଜୀ ସଂପର୍କରେ ଜାଣିବାକୁ ଆସିଥିଲାବେଳେ ଶ୍ରୀମତୀ ପ୍ରଧାନ ମହିଳାଙ୍କୁ ମାଡ଼ ମାରିବାରୁ ସେ ଅଚେତ ହୋଇ ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଆସିଥିବା ସରପଞ୍ଚ ସ୍ବାମୀଙ୍କୁ ମଧ୍ୟ ସେ ମାଡ଼ ମାରିଥିଲେ ବୋଲି ପୀଡ଼ିତା ମହିଳା ସମ୍ବଲପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହିପରି ଧନୁପାଲି ଥାନାରୁ ୩ ଜଣ ଅଭିଯୁକ୍ତ ଫେରାର ହେବା ଘଟଣାରେ ଥାନାର ମହିଳା ସଫେଇ କର୍ମଚାରୀଙ୍କୁ ଅଟକ ରଖି ମାଡ଼ ମାରିଥିବାର ଅଭିଯୋଗ ବି ଶ୍ରୀମତୀ ପ୍ରଧାନଙ୍କ ବିରୋଧରେ ଆସିଥିଲା। ମଙ୍ଗଳବାର ଘଟଣାରେ ଅନ୍ୟ ବରିଷ୍ଠ ପୁରୁଷ ପୁଲିସ୍‌ ଅଧିକାରୀମାନେ ଉପସ୍ଥିତ ଥିବା ସତ୍ତ୍ବେ ସେ ଅଯଥାରେ ଯୁକ୍ତିତର୍କ କରି ଜୟ ନାରାୟଣଙ୍କୁ ଉଦ୍ଦେଶ୍ୟମୂଳକଭାବେ ଉତ୍ତେଜିତ କରାଇଥିବା ବିଜେପି କର୍ମୀମାନେ ଅଭିଯୋଗ କରୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।