ଅପରାଧ ରାଜ୍ୟ

ପୁରୁଷ ବେଶରେ ଆସି ହୀରା ମୁଦି ଲୁଟିନେଲେ ଯୁବତୀ

ପୁରୀ : ପୁରୀରେ ଆୟୋଜିତ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟିଂ ବିଭାଗର ପନ୍ଦର ଦିନିଆ କ୍ୟାମ୍ପରେ ଯୋଗ ଦେବାକୁ ଆସିଥିବା ଟ୍ରେନରଙ୍କର ସ୍କୁଟିର ଡିକି ଭାଙ୍ଗି ଜଣେ ଲୁଟେରା ଏକ ହୀରା ମୁଦି ସହ ଜରୁରୀ କାଗଜପତ୍ର ଲୁଟି ନେଇଛି। ତେବେ ସିସି କ୍ୟାମେରା ଫୁଟେଜ୍‌ରେ ଏହି ଲୁଟ୍‌ର ଦୃଶ୍ୟ ରେକର୍ଡିଂ ହୋଇଥିବା ବେଳେ ଏହାକୁ ନେଇ ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ଗୁରୁତ୍ବପୂର୍ଣ୍ଣ ହେଉଛି, ଜଣେ ଯୁବତୀ ପୁରୁଷ ବେଶରେ ଆସି ଏହି ଲୁଟ୍ କରୁଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି।

ପୁରୀରେ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟିଂ ବିଭାଗର ଏକ ପନ୍ଦର ଦିନିଆ ତାଲିମ ଶିବିର ଚାଲୁଛି। ଏହି ଶିବିରରେ ତାଲିମ ଦେବାକୁ ଭୁବନେଶ୍ବରରୁ ସରିତା ସାମଲ ଆସି ମାର୍କେଟ ଛକ ନିକଟସ୍ଥ ଏକ ଲଜିଂରେ ରହିଥିଲେ। ସେ ତାଙ୍କ ଓଡି-୩୪-ଏ-୪୨୫୫ ନମ୍ବର ବିଶିଷ୍ଟ ସ୍କୁଟି ଗାଡ଼ିକୁ ଏହି ଲଜ୍‌ ସମ୍ମୁଖରେ ରଖିଥିଲେ। ତେବେ ଗତକାଲି ସକାଳ ପ୍ରାୟ ୫ଟା ୧୫ ମିନିଟ ସମୟରେ ଜଣେ ଯୁବତୀ ପୁରୁଷ ବେଶରେ ଆସି ତାଙ୍କ ସ୍କୁଟିର ଡିକି ଭାଙ୍ଗି ସେଥିରେ ଥିବା ଏକ ହୀରା ମୁଦି, ଆଧାର କାର୍ଡ, ଭୋଟ ପରିଚୟପତ୍ର ଓ ଅନ୍ୟାନ୍ୟ କାର୍ଡ ଆଦି ଲୁଟି ନେଇଥିଲା। ଏହି ଲୁଟର ଦୃଶ୍ୟ କ୍ଲୋଜ୍‌ସର୍କିଟ୍‌ କ୍ୟାମେରାରେ ରେକଡିଂ ହୋଇଯାଇଛି। ଏହି ଫୁଟେଜକୁ ନେଇ ସରିତା କୁମ୍ଭାରପଡ଼ା ଥାନାରେ ଦେବା ସହିତ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି କୁମ୍ଭାରପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।