ଧର୍ମ ରାଜ୍ୟ

ପୁରୁଷୋତ୍ତମପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡ ଯାତ୍ରା

ପୁରୁଷୋତ୍ତମପୁର ୨୬/୦୩ : ଆଜିଠୁ ପୁରୁଷୋତ୍ତମପୁରରେ ଦଣ୍ଡ ଯାତ୍ର ଆରମ୍ଭ ହୋଇଛି। ଭକ୍ତମାନଙ୍କ ମାନସିକ ପୁରଣ ଓ ଦଣ୍ଡୁଆ ମାନଙ୍କର ମାନସିକ ପୁରଣ ପାଇଁ ଏହା କାହିଁ କେଉଁ କାଳରୁ ହୋଇଆସୁଛି। ଏହି ଯାତ୍ରାରେ ପୁରୁଷୋତ୍ତମପୁରରେ ଧୋବା ପୁଞ୍ଜଦା, ଗଉଡ଼ ପୁଞ୍ଜା, ଓ ତେଲି ପୁଞ୍ଜା ନାମକ ତିନୋଟି ଦଳ ଏଥିରେ ଭାଗ ନିଅନ୍ତି । ସେମାନେ ଦଣ୍ଡଯାତ୍ରାର ଗୋଟିଏ ଦିନ ପୂର୍ବରୁ ଘର ଛାଡ଼ି କାଳି ମନ୍ଦିରରେ ନିଷ୍ଠାର ସହିତ ଏହିଯାତ୍ରାକୁ ୨୧ ଦିନ ପାଳନ କରନ୍ତି ।

ଏହି ଯାତ୍ରା ବହୁତ କଠିନ ଅଟେ। ତେଣୁ ଏହାର ନାମ ଦଣ୍ଡ ଯାତ୍ରା ଦିଆଯାଇଛି। ଏଥିରେ କେବଳ ଦଣ୍ଡୁଆମାନେ ଦଣ୍ଡ ଦ୍ୱାରା ସେମାନଙ୍କ ମାନସିକ ପୁରଣ କରିବା ସହ ଭକ୍ତଙ୍କମାନଙ୍କର ମନୋବାଞ୍ଛା ମଧ୍ୟ ପୁରଣ କରିଥାନ୍ତି। ଏହି ଦଣ୍ଡ ୩ ପ୍ରକାର। ପ୍ରଥମ ଧୂଳିଦଣ୍ଡ, ଏହାଦ୍ୱାରା ଭକ୍ତଙ୍କର କାର୍ଯ୍ୟ ସିଦ୍ଧି ପାଇଁ ଦଣ୍ଡୁଆମାନେ ଉପବାସରେ ଡହଡହ ଖରାରେ ଗରମ ବାଲିରେ ସେମାନେ ବିଭିର୍ଣ୍ଣ କାର୍ଯ୍ୟ ମା ଦଣ୍ଡ କାଳୀଙ୍କ ଆଜ୍ଞାରେ ପାଳନ କରନ୍ତି। ଦ୍ୱିତୀୟ ଟି ପାଣିଦଣ୍ଡ, ଏଥିରେ ଅପରାହ୍ନ ୪ଟା ବେଳେ ପୋଖରୀ, ନଈରେ ମଧ୍ୟ ସେମାନଙ୍କର କାର୍ଯ୍ୟ କରି ଦାନ୍ତ ଘସନ୍ତି, ସ୍ନାନ କରନ୍ତି ଏବଂ ସବୁ ନିୟମକୁ ପାଳନ କରନ୍ତି।ତୃତୀୟ ନିୟମ ହେଲା ଅଗ୍ନି ଦଣ୍ଡ ଏହା ରାତି ୧୨ଟା ପରେ ଦୁଇଟି ମୁଠିରେ ଲାଗିଥିବା ନିଆଁରେ ଝୁଣା ମରାଯାଇ ନଗର ଭ୍ରମଣ ପରେ ମାଙ୍କ ପ୍ରଭାଧାରୀ ନିଆଁ ଜଳାଇ ଠାକୁରାଣୀଙ୍କ ରୀତିନୀତି କାର୍ଯ୍ୟ କରାଯାଏ ।

ତେଣୁ ଶିବଙ୍କ ପ୍ରତିମା ସହିତ ଦଣ୍ଡ କାଳୀଙ୍କ ପ୍ରଭାକୁ ଧରି ଲୋକମାନେ ଖାଲି ପାଦରେ ଚାଲି ଚାଲି ଭକ୍ତଙ୍କ ଦୁଆରକୁ ଯାଆନ୍ତି। ପରେ ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ। ଏଭଳି ଭାବେ ୩ଟି ଦଣ୍ଡ ଦଳ ମେଷ ସଂକ୍ରାନ୍ତି ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟ କରନ୍ତି ।ଏବଂ ତାପରେ ଦିନ ଶୁଦ୍ଧି ହୋଇ ନିଜ ଘରକୁ ଯାଆନ୍ତି ।ଏପରି ଭାବେ ୨୧ ଦିନ ବ୍ୟାପି ଦଣ୍ଡ ଯାତ୍ରା କରାଯାଇ ଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ