ଅପରାଧ ରାଜ୍ୟ

ପୁରୁଣା ଛାତରୁ ଖସିଲା ଫଲ୍ସ, ମା’-ପୁଅ ଆହତ

ଟାଙ୍ଗୀ ୨୮।୦୫: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଝାନ୍ସିପାଟଣାରେ ଅଭାବନୀୟ ଘଟଣା । ପୁରୁଣା ଛାତର ଫଲ୍ସ ଖସି ପଡି ମା’-ପୁଅ ଆହତ । ଉଭୟଙ୍କୁ ଆହତ ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଉଛି ।

ଖବର ଅନୁଯାୟୀ, ଟାଙ୍ଗୀ ଝାନ୍ସିପାଟଣାରେ ମା’ ଛବି ପାଇକରାୟ ଓ ତାଙ୍କର ୭ ବର୍ଷର ପୁଅ ସୋମନାଥ ପାଇକରାୟ ନିଜ ଘରେ ଥିବା ବେଳେ ହଠାତ୍ ତାଙ୍କ ଘରର ପୁରୁଣା ଛାତର ଫଲ୍ସ ଖସି ପଡିଥିଲା । ମା’ ଙ୍କର ହାତରେ ଗଭୀର ଆଘାତ ଲାଗିଥିବା ବେଳେ ପୁଅର ଗୋଡରେ ଆଘାତ ଲାଗିଛି । ଉଭୟଙ୍କୁ ଆହତ ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।