ରାଜ୍ୟ ସ୍ୱାସ୍ଥ୍ୟ

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କଟକଣା

ପୁରୀ: ଆସନ୍ତା ସୋମବାରରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ କଟକଣା ଲାଗିପାରେ । ନୂଆ ନିୟମ ଅନୁଯାୟୀ, ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସଂସ୍କାରକୁ ବାରଣ କରାଯାଇଛି । ଏଠାରେ କେବଳ ପୁରୀ ଜିଲ୍ଲାର ଲୋକଙ୍କୁ ହିଁ ଶବଦାହ କରିବାକୁ ଅନୁମତି ମିଳିବ । ଏନେଇ ଉପଜିଲ୍ଲାପାଳ କହିଛନ୍ତି । ବିନା କୋଭିଡ୍ ଓ ସାଧାରଣ ରୋଗରେ ମୃତ୍ୟୁବରଣ କରିଥିଲେ ଶବଦାହ ପାଇଁ ମିଳିବ ଅନୁମତି । ପରିଚୟ ପତ୍ର ଦେଖାଇ ସେମାନଙ୍କ ପରିବାର ଶବ ସଂସ୍କାର କରିପାରିବେ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତା ଉପରେ ପୁଣି ନୂତନ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ଭୟର ବାତାବରଣ ରହିଛି । ଏହା ମଧ୍ୟରେ ପୁରୀକୁ ପୁଣିଥରେ କଣ୍ଟେନମେଣ୍ଟ ଫେରିସାରିଲାଣି । ପ୍ରଥମେ ଏକ ହୋଟେଲ୍ ଓ ପରେ ହସ୍ପିଟାଲରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ସେସବୁ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ କରିଦିଆଯାଇଛି । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ