ରାଜ୍ୟ

ପୁରୀ ବିମାନବନ୍ଦର ନିର୍ମାଣ ପାଇଁ ୩ କମ୍ପାନି ଆଗ୍ରହୀ: ଆଦାନି, ଜିଏମ୍‌ଆର୍‌ ଓ ଫେୟାରଫାକ୍ସ ଅଧିକାରୀଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ପୁରୀଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ୩ଟି କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ସେହି କମ୍ପାନିଗୁଡ଼ିକ ହେଲେ ଆଦାନି, ଜିଏମ୍‌ଆର୍‌ ଏବଂ ଫେୟାରଫାକ୍ସ। ସରକାରୀ-ଘରୋଇ ସହଭାଗିତାରେ ଉକ୍ତ ବିମାନବନ୍ଦର ନିର୍ମାଣ ପାଇଁ ଚଳିତବର୍ଷ ଫେବ୍ରୁଆରିରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ (ଇଡ‌୍‌କୋ) ଟେଣ୍ଡର ଆହ୍ବାନ କରିଥିଲା। ଏହାସହ ଜଡ଼ିତ ଦୁଇ ବ୍ୟକ୍ତିଙ୍କ କହିବାନୁଯାୟୀ, ୩ଟି କମ୍ପାନି ଗତ ଶୁକ୍ରବାର ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପ୍ରାକ୍‌-ବିଡିଂ ପ୍ରକ୍ରିୟା ଆଲୋଚନାରେ ଭାଗ ନେଇଥିଲେ। ସେମାନେ ହେଲେ ଆଦାନି ଏୟାରପୋର୍ଟସ, ଫେୟାରଫାକ୍ସ ଏବଂ ଜିଏମ୍‌ଆର୍‌ ଗ୍ରୁପ୍। ଏହି ୩ କମ୍ପାନିର ଅଧିକାରୀଙ୍କ ସମେତ ଅନ୍ୟ କେତେକ କମ୍ପାନିର ପ୍ରତିନିଧି ମଧ୍ୟ ରହିଥିଲେ। ବୈଠକରେ ବିମାନବନ୍ଦର ନିର୍ମାଣ ଶେଷ ହେବାର ଅବଧି, ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ହାସଲ ଏବଂ ଫି ଢାଞ୍ଚା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ମେ’ ୧୦ ତାରିଖ ସୁଦ୍ଧା କର୍ତ୍ତୃପକ୍ଷ ଏସବୁ ପ୍ରସଙ୍ଗର ଉତ୍ତର ରଖିବେ। ଟେଣ୍ଡରରେ ଭାଗନେବା ପାଇଁ ସମ୍ଭାବ୍ୟ ବିଡରମାନେ ଯେଭଳି ସମର୍ଥ ହେବେ ସେଥିପାଇଁ ସେମାନଙ୍କୁ ଡାଟା ରୁମ୍‌କୁ ଆକ୍ସେସ୍‌ କରିବାର ସୁବିଧା ପ୍ରଦାନ କରାଯିବ। ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ବିଡ୍‌ ଦାଖଲ ହେବ ଏବଂ ଜୁନ୍‌ ୫ ତାରିଖରେ ବିଡ୍‌ ଖୋଲାଯିବ।

ଇଡ୍‌କୋର ସୂଚନା ଅନୁଯାୟୀ, ଉକ୍ତ ବିମାନବନ୍ଦରର ନିର୍ମାଣ ଖର୍ଚ୍ଚ ୨୨୦୩ କୋଟି ଟଙ୍କା। ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦରର ବାର୍ଷିକ ଯାତ୍ରୀ ପରିବହନ କ୍ଷମତା ୪.୬ ନିୟୁତ ରହିବ। ଦ୍ବିତୀୟ ପର୍ଯ୍ୟାୟରେ ବିମାନବନ୍ଦରର ବାର୍ଷିକ ଯାତ୍ରୀ ପରିବହନ କ୍ଷମତା ୧୦.୧୮ ନିୟୁତ ଏବଂ ତୃତୀୟ ପର୍ଯ୍ୟାୟ ଯାତ୍ରୀ ପରିବହନ କ୍ଷମତା ୧୬.୬୯ ନିୟୁତ ଧାର୍ଯ୍ୟ କରାଯାଇଛି। ବିଜ୍‌ନେସଲାଇନ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରୁ ଏହି ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର କରାଯିବ କି ବୋଲି ସଂପୃକ୍ତ କମ୍ପାନି ଅଧିକାରୀମାନେ ପ୍ରଶ୍ନ କରିଥିଲେ। ନିୟାମକ ସଂସ୍ଥାଗୁଡ଼ିକର ଅନୁମତି ଉପରେ ଏହା ନିର୍ଭର କରୁଛି ବୋଲି ‘ଇଡ୍‌କୋ’ ସ୍ପଷ୍ଟ କରିଛି। ସୂଚନା ଅନୁଯାୟୀ, ପ୍ରାୟ ୧୧୮୪ ଏକର ଜମିରେ ବିମାନବନ୍ଦର ନିର୍ମାଣ କରାଯିବ। ଏହା ସହିତ ଇ‌ଡ୍‌କୋ ପକ୍ଷରୁ ବିମାନବନ୍ଦରକୁ ଚାରି ଲେନ୍‌ ବିଶିଷ୍ଟ ସଡ଼କ ସଂଯୋଗ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।