ରାଜ୍ୟ

ପୁରୀ ବିଧାନସଭା ଆସନ: ତୁଟୁନି କଂଗ୍ରେସର ପ୍ରାର୍ଥୀ ଅଡ଼ୁଆ

ପୁରୀ: ପୁରୀ ବିଧାନସଭା ଆସନକୁ ନେଇ କଂଗ୍ରେସର ପ୍ରାର୍ଥୀ ଅଡ଼ୁଆ ତୁଟୁନି। କାହାକୁ ପ୍ରାର୍ଥୀ କରିବେ, ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି ଦଳ। ତଥାପି ପୁରୀ ବିଧାନସଭା ଆସନ ପ୍ରାର୍ଥୀ ତାଲିକାରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବରିଷ୍ଠ କଂଗ୍ରେସ ନେତା ବିଶ୍ବାବସୁ ବିନାୟକ ଦାସମହାପାତ୍ର ଓ ଯୁବନେତା ସୁଜିତ ମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି। କିନ୍ତୁ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଏ ପର୍ଯ୍ୟନ୍ତ କଂଗ୍ରେସରୁ ନିର୍ବାଚନ ଲଢ଼ିବେ କି ଲଢ଼ିବେନି, ତାହା ସ୍ପଷ୍ଟ କରିନାହାନ୍ତି। ଯାହାକୁ ନେଇ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଦୋଛକିରେ ରହିଛନ୍ତି।

ଉମାବଲ୍ଲଭ ୧୯୯୦ ମସିହାରେ ପୁରୀ ବିଧାନସଭା ଆସନରୁ ଜନତା ଦଳରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ପରେ ସେ ଦଳ ଛାଡ଼ି କଂଗ୍ରେସରେ ମିଶିଥିଲେ। ସେବେଠୁ ମହେଶ୍ବର ମହାନ୍ତି ପୁରୀ ବିଧାନସଭା ଆସନରୁ ବିଜୟୀ ହୋଇ ଆସୁଥିଲେ। କିନ୍ତୁ ଉମାବଲ୍ଲଭ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ସର୍ବଦା ମହେଶ୍ବରଙ୍କୁ ଟକ୍କର ଦେଇ ଆସୁଥିଲେ। ପ୍ରାୟ ୫୦ହଜାର ଭୋଟ୍‌ ଉମାବଲ୍ଲଭ ପାଇ ଆସୁଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଉମାବଲ୍ଲଭ ଆଠଗଡ଼ ଚାଲିଯିବା ପରେ କଂଗ୍ରେସ ଅମାନତ ହରାଇଥିଲା। ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗ ସହ ପୁଣିଥରେ ପୁରୀ ଫେରିଛନ୍ତି ଉମାବଲ୍ଲଭ। ଏବେ ବି ଉମାବଲ୍ଲଭଙ୍କ ନିଜସ୍ବ ଭୋଟ୍‌ ରହିଥିବାରୁ କଂଗ୍ରେସ ତାଙ୍କୁ ଟିକେଟ୍‌ ଦେବାକୁ ଚାହୁଛି। ଉମାବଲ୍ଲଭ କହିଛନ୍ତି, ମୁଁ କଂଗ୍ରେସରୁ ଲଢ଼ିବି କି ଲଢ଼ିବିନି ସେ ଉପରେ କୌଣସି ନିଷ୍ପତ୍ତି ନେଇନି। ମୋର ସମର୍ଥକ ଓ ଶୁଭେଚ୍ଛୁମାନେ ଯାହା କହିବେ, ସେହି ଅନୁସାରେ କାମ କରିବି।

ଯଦି ମୋର ସମର୍ଥକ ଓ ଶୁଭେଚ୍ଛୁମାନେ କଂଗ୍ରେସରୁ ଲଢ଼ିବାକୁ ସହମତି ପ୍ରକାଶ କରିବେ, ନିଶ୍ଚିତ ମୁଁ କଂଗ୍ରେସରୁ ଲଢ଼ିବି। ଅନ୍ୟପଟେ ବରିଷ୍ଠ ସେବାୟତ ବିଶ୍ବାବସୁ ବିନାୟକ ଦାସମହାପାତ୍ର ବହୁଦିନରୁ କଂଗ୍ରେସରେ ଅଛନ୍ତି। ସେ ଏବେ ଦଳର ମୁଖପାତ୍ର ରହିଛନ୍ତି। ଏଣୁ ଦଳ ତାଙ୍କୁ ଟିକେଟ୍‌ ଦେବାକୁ ଚାହୁଛି। ବିନାୟକ ବି ଦଳୀୟ ଟିକେଟ୍‌ ପାଇବାକୁ ଆଶା ରଖିଛନ୍ତି। ବିନାୟକ କହିଛନ୍ତି, ଦଳ ଚାହୁଛି ମୋତେ ଟିକେଟ୍‌ ଦେବାକୁ। ବାକି ଓଡ଼ିଶା ପ୍ରଦେଶ କଂଗ୍ରେସ ଓ ଏଆଇସିସି ଯାହା ନିଷ୍ପତ୍ତି ନେବେ। ସେପଟେ ସୁଜିତ ମହାପାତ୍ର ଛାତ୍ରରାଜନୀତିରୁ ଆଗକୁ ଆସିଛନ୍ତି। ସେ ଯୁବ କଂଗ୍ରେସ ସହ ଜଡ଼ିତ ଅଛନ୍ତି। ଯୁବ ସଂଗଠନ ହାତରେ ଥିବାରୁ ସେ ବି ଆଶାୟୀ ତାଲିକାରେ ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।