ଅପରାଧ ରାଜ୍ୟ

ପୁରୀ ବାଇପାସ୍‌ରୁ ସଶସ୍ତ୍ର ଡକାୟତି, ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍‌

ଭୁବନେଶ୍ୱର ୦୮।୦୬: ଭୁବନେଶ୍ୱର ପୁରୀ ରାଜରାସ୍ତାରେ ସଶସ୍ତ୍ର ଡକାୟତି। ପୁରୀରୁ ଦର୍ଶନ କରି ଫେରିଲା ବେଳେ ଦମ୍ପତିଙ୍କୁ ଆକ୍ରମଣ କରି ଡକାୟତି କରିଛନ୍ତି ୨ ଜଣ ଦୁର୍ବୃତ୍ତ । ପିପିଲି ମଙ୍ଗଳପୁର ବାଇପାସରେ ଏହି ଡକାୟତି ହୋଇଛି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ପୁରୀରୁ ଫେରୁଥିବା ବେଳେ ତିନି ଜଣ ଯୁବକ ଏକ ବାଇକରେ ଦମ୍ପତିଙ୍କ ପିଛା କରିବା ପରେ ପିପିଲି ବାଇପାସ ନିକଟରେ ଆକ୍ରମଣ କରିଥିଲ। ପ୍ରତାପ କୁମାରଙ୍କ ଦୁଇ ପାପୁଲି ସହ ଡାହାଣ ହାତକୁ ଧାରୁଆ ଅସ୍ତ୍ର ହାଣିଛନ୍ତି ଦୁର୍ବୃତ୍ତ। ଗୁରୁତର ଦମ୍ପତି ହେଲେ ଭୁବନେଶ୍ୱର-ସାମନ୍ତ୍ରରାପୁର ଶ୍ରୀରାମନଗରର ପ୍ରତାପ କୁମାର ସ୍ୱାଇଁ ଓ ତାଙ୍କ ସ୍ତ୍ରୀ ମିତାଲି ମଧୁସ୍ମିତା । ମଧୁସ୍ମିତାଙ୍କ ବେକରୁ ମଙ୍ଗଳ ସୂତ୍ର ଛଡାଇ ନେଇଛନ୍ତି ଦୁର୍ବୃତ୍ତ ।

ସେହିପରି ତାଙ୍କ ମୋବାଇଲ ଫୋନ ସହ ନଗଦ ୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ପିପିଲି ପୋଲିସ ପହଂଚିବା ସହ ଗୁରୁତର ସ୍ୱାମୀ-ସ୍ତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ଡକାୟତି ଘଟଣାରେ ପୋଲିସ ଛାନଭିନ ଜାରି ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।