ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ ଜିଲ୍ଲାରେ ଖୋଲିବ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର

ପୁରୀ: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ପଞ୍ଚାୟତ ସ୍ତରରେ ଖୋଲିବ ଆଉ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର। ୫ରୁ ୭ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଏହି ସ୍ବାସ୍ଥ୍ୟଉପକେନ୍ଦ୍ର ଉପଲବ୍ଧ ହେବ। ଔଷଧ ସୁବିଧା ସହ ଯୋଗ, ନିଦାନ, ଓପିଡି, ମାଗଣା ଔଷଧ ସେବା, ଟେଲି ପରାମର୍ଶ ସୁଯୋଗ ଉପଲବ୍ଧ ହେବ। ତେବେ ସେଠାରେ ଡାକ୍ତର ନିଯୁକ୍ତ ପାଇବେ ନାହିଁ। ବରଂ ଷ୍ଟାଫ ନର୍ସ ଶ୍ରେଣୀର କର୍ମଚାରୀଙ୍କୁ ତାଲିମ ଦିଆଯାଇ ଏହି ସେବା ଉପଲବ୍ଧ ହେବ। ଫଳ‌ରେ ଏଣିକି ପ୍ରାଥମିକ ଚିକିତ୍ସା ପାଇଁ ଲୋକେ ପିଏଚ୍‌ସି ଓ ସିଏଚ୍‌ସିକୁ ନଆସି ନିଜ ଘର ପାଖରେ ସ୍ବାସ୍ଥ୍ୟ ସେବା ପାଇପାରିବେ।

୧ଲକ୍ଷ ଜନସଂଖ୍ୟାରେ କମ୍ୟୁନିଟି ହେଲ୍‌ଥ ସେଣ୍ଟର୍‌ (ସିଏଚ୍‌ସି) ଓ ୩୦ ହଜାର ଜନସଂଖ୍ୟାରେ ପବ୍ଲିକ୍‌ ହେଲ୍‌ଥ କେୟାର୍‌ (ପିଏଚ୍‌ସି) ରହିଥିବା ବେଳେ ସ୍ବାସ୍ଥ୍ୟ ସେବାକୁ ତୃଣମୂଳ ସ୍ତରକୁ ନେବା ଉଦ୍ଦେଶ୍ୟରେ ଏବେ ୫ରୁ ୭ ହଜାର ଜନସଂଖ୍ୟା ମଧ୍ୟରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଏଭଳି ପରିକଳ୍ପନା କରାଯାଇଛି। ‌୭ଟି ବ୍ଲକ୍‌ରେ ୧୬ଟି ଉପ ସ୍ବାସ୍ଥ୍ୟକେନ୍ଦ୍ର ‌ସ୍ଥାପନ ହେବ। ଏଥିପାଇଁ ୫କୋଟି ୫୦ କୋଟିର ବ୍ୟୟ ବରାଦ ରଖାଯାଇଛି। ୧୮୦ ଦିନ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଟେଣ୍ଡର ହୋଇଯାଇଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି।

କଣାସ ବ୍ଲକ୍‌ର ତେଲେଙ୍ଗାପଡ଼ା, ତ୍ରିଲୋଚନପୁର, ଅଁଳାଯୋଡ଼ି, ବିନ୍ଧାଣ, ଗଡ଼ବଳଭଦ୍ରପୁର, ପୁରୀ ସଦର ବ୍ଲକ୍‌ରେ ଗଡ଼ମୃଗଶିରା, ରୁଆ, ଡେଲାଙ୍ଗର କୁଞ୍ଜର, ମୋଟରି, ସାଇରିଆ, ନୂଆଗାଁ, ନିମାପଡ଼ାର ଗଡ଼ତୋରିହାଁ, ବକୁଗ୍ରାମ, କୃଷ୍ଣପ୍ରସାଦ ବ୍ଲକ୍‌ର ମାଲୁଦ, ଗୋପର କାନପୁରରେ ଉପ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯିବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିପିଏମ୍‌ୟୁ (ଡିଷ୍ଟ୍ରିକ୍ଟ ପ୍ଲାନିଂ ଆଣ୍ଡ୍‌ ମନିଟରିଂ ୟୁନିଟ୍‌) ଅଧିକାରୀ ଟି ନାରାୟଣ ରାଓଙ୍କ କହିବା ମୁତାବକ, ଲୋକେ ଜ୍ବର, କାଶ, ଛିଙ୍କ, ଥଣ୍ଡା ହେଲେ ମଧ୍ୟ ପିଏଚ୍‌ସି ନଚେତ ସିଏଚ୍‌ସିକୁ ଯାଉଥିଲେ। ଏଣିକି ପଞ୍ଚାୟତ ସ୍ତରରେ ମଧ୍ୟ ଲୋକେ ଏହି ସୁବିଧା ପାଇପାରିବେ। ଏଠାରେ ମଧୁମେହ ଔଷଧ, ପରାମର୍ଶ ସହ ଇ-ଟେଲିକମ୍ୟୁନିକେସନର ବ୍ୟବସ୍ଥା ରହିବ। ଜଣେ ଷ୍ଟାଫ୍‌ ନର୍ସ ଶ୍ରେଣୀର କର୍ମଚାରୀଙ୍କୁ ୩ମାସରୁ ଅଧିକ ସମୟ ତାଲିମ ଦେଇ ସେଠାରେ ନିଯୁକ୍ତି ଦିଆଯିବ। ଏଏନ୍‌ଏମ୍‌ ମଧ୍ୟ ସହାୟକ ଭାବେ ସେବା ଯୋଗାଇବେ। ଫଳରେ ଲୋକେ ନିଜ ପଞ୍ଚାୟତ ମଧ୍ୟରେ ମଧ୍ୟ ସ୍ବାସ୍ଥ୍ୟ ସେବା ପାଇପାରିବେ। ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଟେଣ୍ଡର ସରିବା ପରେ କାର୍ଯ୍ୟ ଆରମ୍ଭ ହେବ।

ସୂଚନାଯୋଗ୍ୟ ୧୬ଟି ‌ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୪୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ କଲ୍ୟାଣ ପାଇଁ ଯଥାକ୍ରମେ ୫ଲକ୍ଷ ଓ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। ଜିଲ୍ଲାରେ ୧୬୩୧ ଜଣ ଆଶାକର୍ମୀ ଗ୍ରାମ ସ୍ତରରେ ଓ ୫୭ ଜଣ ବସ୍ତି ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପାଇଁ ନିୟୋଜିତ ହୋଇଛନ୍ତି। ତେବେ ପୁରୀ ଜିଲ୍ଲାକୁ ୩୨୪ ଜଣ ଡାକ୍ତର ମଞ୍ଜୁରି ଥିବା ବେଳେ ୨୦୩ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ୧୪୪ ଡାକ୍ତର ପଦବି ଖାଲି ପଡ଼ିଛି। ଏହାବ୍ୟତୀତ ୫୪ ଜଣ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଆଗାମୀ ଦିନରେ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜର ହସ୍ପିଟାଲ ଖୋଲିବା ଫଳରେ ବହୁ ରୋଗୀ ଉପକୃତ ହୋଇପାରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।