ଅପରାଧ ରାଜ୍ୟ

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜେଲ୍‌ ଗଲେ ଫାଷ୍ଟଫୁଡ୍‌ ଦୋକାନୀ ସମେତ ୫ ଅଭିଯୁକ୍ତ

ପୁରୀ ୧୭।୦୫: ‘ପ୍ରମେୟ’ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ ଘଟଣା । ଭିକ୍ଟୋରିଆ ହୋଟେଲ୍‌ ନିକଟରେ ମରଣାନ୍ତକ ଆକ୍ରମଣ କରି ବିକ୍ରମଙ୍କ ମୋବାଇଲ୍‌ ଓ ସୁନା ମୁଦି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ସମୁଦ୍ରକୂଳ ଥାନା ପୁଲିସ ଏକ ମାମଲା କରି ୫ଜଣଙ୍କୁ ଗିରଫ କରିଛି । ମାମଲାରେ ଆଉ ୩ ଜଣ ଏକ ବାଇକ ସହ ଫେରାର୍‌ ହୋଇଯାଇଛନ୍ତି ।

ତେବେ ଗିରଫ ଅଭିଯୁକ୍ତମାନେ ହେଲେ ରାହୁଲ ଦାସ (୨୩), ତା’ ଦାଦା କାଳନ୍ଦୀ ଚରଣ ଦାସ (୪୦), ଏସ୍‌.ରବି ରାଓ (୨୮), ଜି.ଶଙ୍କର ରାଓ (୨୧) ଓ ଡି.ସୁରେଶ ବେହେରା (୨୮) । ଏମାନେ ସମସ୍ତେ ଏହି ଥାନା ଅଧୀନ ବାଲିନୋଳିଆ ସାହିର ବୋଲି ଜଣାପଡିଛି । ସେହି ଅଞ୍ଚଳର ରାଜା ରାଓ ଏବଂ ତା’ର ଆଉ ୨ ଜଣ ସହଯୋଗୀଙ୍କୁ ପୁଲିସ ଖୋଜୁଛି ।

ଖବର ଅନୁଯାୟୀ, ଅନୁଗୁଳ ବଅଁରପାଳର ସାମ୍ବାଦିକ ରାଜେଶ ନାୟକ ଓ ତାଙ୍କର ୩ ଜଣ ବନ୍ଧୁ ପୁରୀ ବୁଲିବାକୁ ଆସିଥିଲେ । ଭିକ୍ଟୋରିଆ ହୋଟେଲ୍‌ ପାଶ୍ୱର୍ ଆନନ୍ଦ ମେଳା ଲଜ୍‌ରେ ସେମାନେ ରହିଥିଲେ । ଲଜ୍‌ ନିକଟରେ ରାହୁଲ୍‌ର ଏକ ଫାଷ୍ଟ୍‌ଫୁଡ୍‌ ଦୋକାନ ରହିଛି । ଲଜ୍‌କୁ ଯିବା ବେଳେ ସାମ୍ବାଦିକ ରାଜେଶଙ୍କୁ ଡାକିଥିଲା ରାହୁଲ୍‌ । ସେମାନେ କୁଆଡ଼େ ୧୦୦ ଟଙ୍କାର ତେଲରେ ଛଣା ଯାଇଥିବା ଚିଙ୍ଗୁଡ଼ି ଅର୍ଡର୍‌ କରିଥିଲେ ବୋଲି କହିଥିଲା । କିନ୍ତୁ ଏବେ ସେମାନେ ଲଜ୍‌କୁ ଆସୁଥିବା ଓ ଏହି ଅର୍ଡର୍‌ ଲଜ୍‌ରେ ରହୁଥିବା ଅନ୍ୟ କେହି କରିଥିବା କହିଥିଲେ ରାଜେଶ । ହେଲେ ଦୋକାନୀ ରାହୁଲ୍‌ ନଛୋଡବନ୍ଧା । ତୁମେ ଅର୍ଡର୍‌ ଦେଇଛ, ୧୦୦ ଟଙ୍କା ଦିଅ ବୋଲି ଜିଦ୍‌ ଧରିଥିଲେ । ସେପଟେ ଅର୍ଡର୍‌ କରିନାହୁଁ ମାନେ ଆମେ ଅଯଥାରେ ଟଙ୍କା ଦେଇ ପାରିବୁ ନାହିଁ ବୋଲି ମଧ୍ୟ ନିଜ ଜିଦ୍‌ରେ ଅଟଳ ରହିଥିଲେ ରାଜେଶ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।