ରାଜ୍ୟ ସ୍ୱାସ୍ଥ୍ୟ

ପୁରୀରେ ଝାଡ଼ାବାନ୍ତି ଅଣାୟତ୍ତ; ଗୋଟିଏ ଦିନରେ ମହିଳା, ପୂର୍ବତନ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ପୁରୀ : ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଥିବା ବେଳେ ଜ‌ଣେ ମହିଳା ଓ ପୁରୁଷ ଶୁକ୍ରବାର ଦିନ ଆଖି ବୁଜିଛନ୍ତି। ମୃତ ମହିଳା ଶ୍ରୀମନ୍ଦିର ନିକଟ ବିମାନବଡ଼ୁସାହିର ସୋମନାଥ ଦାସଙ୍କ ପତ୍ନୀ ବାସନ୍ତୀ ଦାସ(୭୦)। ପୁରୁଷ ଜଣକ ହେଉଛନ୍ତି ବାସେଳିସାହିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ଖୁଣ୍ଟିଆ(୭୧)। ଉଭୟ ତିନି ଚାରିଦିନ ତଳୁ ଝାଡ଼ାବାନ୍ତିରେ ପଡ଼ିଥିଲେ ବୋଲି ପରିବାର ଲୋକେ କହିଛନ୍ତି।

ବାସନ୍ତୀ ଘରେ କିଛିଦିନ ହେବ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ଯାଏଁ ଝାଡ଼ାରେ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଆଉ କେତେଜଣ ଏବେ ବି ଆକ୍ରାନ୍ତ ଅଛନ୍ତି। ତାଙ୍କ ଝିଅ ମନୋରମା ଉପାଧ୍ୟାୟ କହିଛନ୍ତି, ତିନିଦିନ ତଳେ ହଠାତ୍‌‌ ମା’ଙ୍କ ଝାଡ଼ାବାନ୍ତି ହେଲା। ଔଷଧ ଦୋକାନରୁ ଔଷଧ ଆଣି ଦେଇଥିଲୁ। ତଥାପି ଦେହ ଭଲ ହୋଇ ନଥିଲା। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୁ। ସେଠାରେ ୧୫୬ ନମ୍ବର ଶଯ୍ୟାରେ ଚିକିତ୍ସା ଚାଲିଥିଲା। ଶୁକ୍ରବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁଘଟିଛି। ଏହି ଝାଡ଼ାବାନ୍ତିରେ ବାସନ୍ତୀଙ୍କ ମୃତ୍ୟୁକୁ ପ୍ରଥମ ଘଟଣା ବୋଲି କୁହାଯାଉଛି। ସେହିପରି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଖୁଣ୍ଟିଆ ଚାରିଦିନ ତଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସତ ହେଉଥିଲେ। ଆଜି ରାତିରେ ସେ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ, ଏବେ ବି ଦୂଷିତ ପାଣି ଘରକୁ ଯୋଗାଣ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ବିମାନବଡ଼ୁସାହିର ୮୦ ବର୍ଷୀୟ ଶ୍ରୀଧର ପ୍ରଧାନୀ କହିଛନ୍ତି, ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରିପଟ ଖୋଳିଦେବାରୁ ଆଜି ରାସ୍ତାଘାଟରେ ଦୂଷିତ ପାଣି ଭାସୁଛି। ରାତାରାତି ମାଟି ଖୋଳାଯାଉଥିବାରୁ ପାଇପ ପାଣି, ନାଳ ପାଣି ସବୁ ଫାଟି ଏକାଠି ହେଇଯାଉଛି। ପାନୀୟ ଜଳ ପ୍ରକଳ୍ପ ପାଇଁ ବିଛା ଯାଇଥିବା ପାଇପ ମରାମତି କରାଯାଉନଥିବାରୁ ଏହି ବାଟ ଦେଇ ନାଳ ପାଣି ମିଶିବା ଫଳରେ ପିଇବା ପାଣି ଦୂଷିତ ହେଉଛି। ଯେଉଁଥିପାଇଁ ଝାଡ଼ିବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୧୫ ଦିନ ତଳୁ ଏଭଳି ଝାଡ଼ାବାନ୍ତି ରୋଗ ଦେଖାଗଲାଣି ବୋଲି ସେ କହିଛନ୍ତି।

ପୂର୍ବରୁ ବାସେଳିସାହିର ପଣାପ୍ରିୟା ଗଳି, ଗୋଚ୍ଛିକାରସାହି ଆଦି ଅଞ୍ଚଳରେ ବି ଘରେ ଘରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିଲେ। ପ୍ରତି ଘରେ ୪/୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଡାକ୍ତରୀ ଦଳ ଆସି ଅନୁଧ୍ୟାନ କରିଥିଲେ। ଦୂଷିତ ପିଇବା ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହେବାପରେ ପ୍ରତି ଘରର ପାଣି ଟାଙ୍କି ସଫା କରାଯାଇଥିଲା। ତଥାପି ସ୍ଥିତିରେ ସୁଧାର ନ ଆସିବା, କେଉଁଠି ନା କେଉଁଠି ପାନୀୟ ଜଳ ସହ ଆବର୍ଜନା ପାଣି ମିଶୁଥିବା ଓ ଅଞ୍ଚଳବାସୀ ଦୂଷିତ ପାଣି ପିଉଥିବା ସନ୍ଦେହ କରାଯାଉଛି।

ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ଯେଉଁମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କୁ ଆଇଡିଏଚ୍‌ରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଝାଡ଼ାବାନ୍ତି ମୃତ୍ୟୁ ସଂପର୍କିତ ସୂଚନା ମୋ ପାଖରେ ନାହିଁ ବୋଲି ଡା. ମିଶ୍ର କହିଛନ୍ତି। ଏଥିସହିତ ଡା. ମିଶ୍ର କହିଛନ୍ତି, ପୂର୍ବରୁ ବାସେଳିସାହି, ପଣାପ୍ରିୟା ଲେନ୍‌, ଗୋଚ୍ଛିକାରସାହି ଆଦି ଅଞ୍ଚଳରୁ ୯ଟି ପାଣି ନମୁନା ସଂଗ୍ରହ କରାଯାଇଥିଲା। ଏହାର ବ୍ୟ‌ାକ୍ଟେରିଓଲୋଜିକାଲ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ