ଧର୍ମ ରାଜ୍ୟ

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ, ୧୦ଜଣ ଭୋଇ ସେବାୟତ ନିୟୋଜିତ

ପୁରୀ ୫।୮: ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ । ୧୦ ଜଣ ଭୋଇ ସେବାୟତଙ୍କ ସହାୟତାରେ ରଥ ଭଙ୍ଗା କାମ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ ଓ ତାଳଧ୍ବଜ ରଥ ଭଙ୍ଗାଯିବ । ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିବାରୁ ଖୁବଶୀଘ୍ର ରଥ ଭାଙ୍ଗିବାକୁ ଯୋଜନା କରିଛନ୍ତି ମନ୍ଦିର ପ୍ରଶାସନ ।

ସେପଟେ ଆସନ୍ତା ୧୬ତାରିଖ ସୋମବାରଠାରୁ ଭକ୍ତମାନଙ୍କ ପାଇଁ ଖୋଲିବ ବଡ଼ଦେଉଳ । କାଳିଆ ସାଆନ୍ତଙ୍କ ସହ ବଡ଼ଠାକୁର, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରି ଚକ୍ଷୁ ପବିତ୍ର କରିବେ ଶ୍ରଦ୍ଧାଳୁ । ତେବେ ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିଲେ ହେଁ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇବେ । ପ୍ରଥମ ୫ ଦିନ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ ।


ଦର୍ଶନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରାଯିବ । ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ । କରୋନା ସଂକ୍ରମଣ ଯୋଗୁଁ ଗତ ଅପ୍ରେଲ ୨୩ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ