ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀରେ ଅସହ୍ୟ ହେଲାଣି ଟ୍ରାଫିକ୍‌ ଯନ୍ତ୍ରଣା: ବିନା ସେଡ୍‌ରେ ଲମ୍ବାଧାଡ଼ି, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ‌ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁଣି ଲମ୍ବା ଧାଡ଼ିରେ ଭକ୍ତଙ୍କୁ ଧୈର୍ଯ୍ୟର ପରୀକ୍ଷା ଦେବାକୁ ପଡ଼ିଛି। ଆଜି ଭକ୍ତମାନେ ଶନିମନ୍ଦିର ଛକ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହୋଇ ଦର୍ଶନ ପାଇଁ ଯାଇଛନ୍ତି। ଏଣେ ଭକ୍ତଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି, ତେଣେ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଚତୁଃପାର୍ଶ୍ବ ଖୋଳାଯାଇଥିବାରୁ ପୁରୀ-୧ର ବାସିନ୍ଦାମାନେ ଦହଗଞ୍ଜ ହୋଇଛନ୍ତି। ଶନିବାର ଓ ରବିବାର ହେଲେ ପୁରୀ-୧ର ବାସିନ୍ଦାମାନ ପ୍ରମାଦ ଗଣୁଛନ୍ତି। ପୁରୀ-୨କୁ ଆସିବାକୁ ଘଣ୍ଟାଘଣ୍ଟ ସମୟ ଲାଗିଯାଉଛି। ଆଜି ରବିବାର ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲମ୍ବା ଧାଡ଼ି ଲାଗିଥିଲା। ଦିନକୁ ଦିନ ଖରାର ତାପ ବଢ଼ୁଥିବା ବେଳେ ଶ୍ରଦ୍‌ଦାଳୁଙ୍କ ଦର୍ଶନ ପାଇଁ କୌଣସି ସେଡ୍‌ ବ୍ୟବସ୍ଥା କରାଯାଇନାହିଁ। ଫଳରେ ଏହାକୁ ନେଇ ଭକ୍ତ, ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବାସ୍ତବରେ ପ୍ରକଳ୍ପ ପାଇଁ ଖୋଳାଯାଇଥିବାରୁ ଦର୍ଶନାର୍ଥୀମାନେ ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଚାଲିଚାଲି ସୁଆରସାହି ଓ ଅନ୍ୟ ରାସ୍ତା ଦେଇ ସମୁଦ୍ରକୁ ଯାଉଛନ୍ତି। ତେଣୁ ପର୍ଯ୍ୟଟକଙ୍କ ଭିଡ଼ରେ ବାସିନ୍ଦାମାନେ ପେସି ହୋଇଯାଉଛନ୍ତି। ଥରେ ଘରୁ ବାହାରି କର୍ମକ୍ଷେତ୍ରକୁ ଆସିବା ପ‌ାଇଁ ବହୁ ସମୟ ଲାଗିଯାଉଛି। ଏହାବ୍ୟତୀତ ନରେନ୍ଦ୍ର କୋଣ ରେସ୍ତା ମଧ୍ୟ ଲୋକାରଣ୍ୟ ପାଲଟୁଛି। ଜଗନ୍ନାଥବଲ୍ଲଭରୁ ଗାଡ଼ି ନେଇ ଲୋକେ ଏଇ ରାସ୍ତା ଦେଇ ଫେରୁଥିବାରୁ ଏହି ରାସ୍ତାରେ ଯାତାୟାତ କାଠିକର ହେଉଛି। ଏଣେ ଛୁଟିଦିନରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ଭକ୍ତ ମଧ୍ୟ ଦହଗଞ୍ଜ ହେଉଛନ୍ତି।

ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ, ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।