ଦେଶ ବିଦେଶ ମନୋରଞ୍ଜନ

ପୁନିତ ରାଜକୁମାରଙ୍କ ଆଖିରେ ଦୁନିଆ ଦେଖିଲେ ୪ ବ୍ୟକ୍ତି; ପରିବାରର ତୃତୀୟ ବ୍ୟକ୍ତି ଭାବରେ କରିଥିଲେ ନେତ୍ରଦାନ

ନୂଆଦିଲ୍ଲୀ: ଦିବଙ୍ଗତ କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାର ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି । ଅଭିନୟ ସହିତ ସମାଜସେବା ପାଇଁ ପ୍ରସିଦ୍ଧି ହାସଲକରିଥିବା ପୁନିତ ମୃତ୍ୟୁ ପରେ ନିଜର ଆଖି ଦାନ କରିଥିଲେ । ଅକ୍ଟୋବର ୨୯ରେ ପାୱାର ଷ୍ଟାର ପୁନିତଙ୍କ ମୃତ୍ୟୁ ପରେ ତାଙ୍କ ଆଖି ଦାନ କରାଯାଇଥିଲା । ଏହି ଆଖିର ବ୍ୟବହାରରେ ୪ ଜଣ ବ୍ୟକ୍ତି ଆଉଥରେ ଦୁନିଆ ଦେଖିବାକୁ ଯାଉଛନ୍ତି । ସାଧାରଣତଃ ଜଣେ ବ୍ୟକ୍ତିଙ୍କ ଆଖିରେ ଦୁଇ ଜଣଙ୍କୁ ଦୃଷ୍ଟି ଶକ୍ତି ମିଳିଥାଏ । ମାତ୍ର ପୁନିତଙ୍କ ଆଖିକୁ ୪ ଜଣଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ବ୍ୟବହାର କରାଯାଇଥିବା ନେଇ ନାରାୟଣା ନେତ୍ରାଳୟର ଚେୟାରମ୍ୟାନ ଭୁଜଙ୍ଗ ଶେଟ୍ଟୀ ପ୍ରକାଶ କରିଛନ୍ତି ।

ପୁନିତଙ୍କ ଆଖିର ଅଂଶବିଶେଷକୁ ବ୍ୟବହାର କରି ୩ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ଆଖିର ସର୍ଜରୀ କରାଯାଇଛି । ୫ ଜଣିଆ ଡାକ୍ତରୀ ଟିମକୁ ନେଇ ଏହି ସର୍ଜରୀ କରାଯାଇଥିଲା । କର୍ଣ୍ଣିଆ ଅନ୍ଧତ୍ୱ ଦୂର କରିବା ପାଇଁ ଆଖିର ବ୍ୟବହାର କରାଯାଉଥିବା ବେଳେ ପୁନିତଙ୍କ ଆଖିର ଉଭୟ ସୁପିରିୟର ଏବଂ ଡିପର ଲେୟର ଚିକିତ୍ସା ପାଇଁ ବ୍ୟବହାର ହୋଇଥିଲା । ଏହି ୪ ଜଣଙ୍କ ବୟସ ୨୩-୩୦ ମଧ୍ୟରେ ରହିଥିବା ବେଳେ ବିଗତ ୬ ମାସ ଧରି ଏମାନେ ୱେଟିଂ ଲିଷ୍ଟରେ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ନିଜ ପରିବାରର ତୃତୀୟ ସଦସ୍ୟ ଭାବରେ ପୁନିତ ନେତ୍ରଦାନ କରିଛନ୍ତି । ପୂର୍ବରୁ ପୁନିତଙ୍କ ପିତା ଡ. ରାଜକୁମାର ଏବଂ ମା’ ପର୍ବତାମ୍ମା ମଧ୍ୟ ନେତ୍ରଦାନ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ