ଦେଶ ବିଦେଶ ସ୍ୱାସ୍ଥ୍ୟ

ପୁଣି ୯ ନୂଆ ପଜିଟିଭ୍‌ ଚିହ୍ନଟ, କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି

ନୂଆଦିଲ୍ଲୀ ୦୪/୦୧: ଚିନ୍ତା ବଢ଼ାଉଛି କରୋନାର ନୂଆ ରୂପ। ବ୍ରିଟେନରେ ମିଳିଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ଭାରତରେ କରୋନାର ନୂଆ ଷ୍ଟ୍ରେନ୍‌ରେ ୯ ନୂଆ ସଂକ୍ରମିତଙ୍କ ସହ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ବ୍ରିଟେନରେ ନୂଆ ଷ୍ଟ୍ରେନ୍‌ ମିଳିବା ପରେ ଭାରତ ସରକାର ବିମାନ ଉଡ଼ାଣ ଉପରେ କଟକଣା ଲଗାଇଥିଲେ। କିନ୍ତୁ ସେତେବେଳକୁ ଭାରତରେ ପ୍ରବେଶ କରିସାରିଥିଲା ବହୁ ରୂପି କରୋନା।

ଏହା ପୂର୍ବରୁ ବ୍ରିଟେନରୁ ଭାରତ ପ୍ରବେଶ କରିଥିବା କରୋନାର ନୂଆ ଷ୍ଟ୍ରେନ୍‌ର ‘କଲ୍ଚର’ ସରିଥିବା ନେଇ ଆଇସିଏମଆର ପକ୍ଷରୁ ସୂଚନା ମିଳିଥିଲା। ବ୍ରିଟେନ ଫେରନ୍ତାଙ୍କ ଶରୀରରେ ନୂଆ କରୋନା ଭାଇରସ୍‌ ମିଳିବା ପରଠୁ ଏହା ଉପରେ ଲଗାତର ପରୀକ୍ଷା ଜାରି ରଖିଛନ୍ତି ଆଇସିଏମଆର ବିଶେଷଜ୍ଞ। ଏହା ଉପରେ ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ପୃଥକ ଓ କଲଚର କରାଯାଇଥିବା ମଧ୍ୟ ଜଣାପଡ଼ିଛି।

ନିକଟରେ ବ୍ରିଟେନ ସରକାର କରୋନା ଭୂତାଣୁର ନୂଆ ରୂପ ସମ୍ପର୍କରେ ସୂଚନା ଦେଇଥିଲେ। ଯାହାକି ୭୦ ପ୍ରତିଶତ ସଂକ୍ରାମକ। ତେବେ ସାର୍ସ କୋଭ-୨ର ନୂଆ ଷ୍ଟ୍ରେନରେ ଭାରତରେ ଶୁକ୍ରବାର ସୁଦ୍ଧା ୨୯ ଜଣ ସଂକ୍ରମିତ ହୋଇଥିଲେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଥିଲା। ଏହା ସହ ବ୍ରିଟେନକୁ ପୁନଃ ବିମାନ ଉଡ଼ାଣ ଜାନୁଆରୀ ୮ରେ ହେବ ବୋଲି ମଧ୍ୟ ସରକାର ଘୋଷଣା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ