ମନୋରଞ୍ଜନ

ପୁଣି ହୃଦୟ ଜିଣିଲେ ସବ୍ୟ-ଅର୍ଚ୍ଚିତା, ଭୁବନେଶ୍ୱର ଓ କଟକର ସିନେମା ହଲ୍ କର୍ମଚାରୀଙ୍କୁ ବାଣ୍ଟିଲେ ରାସନ ସାମଗ୍ରୀ

ଭୁବନେଶ୍ବର ୯/୦୭: କରୋନା ମହାମାରୀ ସମୟରେ ଲାଗିଥିବା ଲକଡାଉନ୍‌ ଏବଂ ସଟଡାଉନ୍‌ କଟକଣା ସିନେମା ହଲ ଶିଳ୍ପକୁ ଅତ୍ୟନ୍ତ ପ୍ରଭାବିତ କରିଛି । ସିନେମା ହଲ୍ କର୍ତ୍ତୃପକ୍ଷ କର୍ମଚାରୀଙ୍କୁ ସହାୟତା କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ସୁଦ୍ଧା ଦ୍ବିତୀୟ ଲହର ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି।

ତେବେ ଏହିଭଳି ପରିସ୍ଥିତିରେ କରୋନା କାଳରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା ଓଲିଉଡ ଅଭିନେତା ସବ୍ୟସାଚୀ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ଭୁବନେଶ୍ୱର ଏବଂ କଟକର ସମସ୍ତ ସିନେମା ହଲର କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଶୁକ୍ରବାର ସେଲିବ୍ରିଟି ଦମ୍ପତ୍ତି ସେମାନଙ୍କ ପାଇଁ ମାସିକ ରାସନ୍ ଧରି ହଲରେ ପହଞ୍ଚିଥିଲେ ।

ଭୁବନେଶ୍ୱରର କେଶରୀ ହଲଠାରେ ଶ୍ରୀୟା, ସ୍ଵାତୀ, ସ୍ତୁତି, ମହାରାଜା ଓ କେଶରୀର କର୍ମଚାରୀ ଏବଂ କଟକର ବୃନ୍ଦାବନ ଟକିଜ୍‌ଠାରେ ସମ୍ରାଟ, ଗ୍ରାଣ୍ଡ, ସଙ୍ଗମ ଓ ବୃନ୍ଦାବନର କର୍ମଚାରୀ ଏକାଠି ହୋଇ ସେମାନଙ୍କଠାରୁ ରାସନ୍ ଗ୍ରହଣ କରିଥିଲେ । ସମସ୍ତ ହଲ୍ କର୍ତ୍ତୃପକ୍ଷ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ସାଧୁବାଦ ଜଣାଇଛନ୍ତି।

ଏହି ଅବସରରେ ଭରତଚନ୍ଦ୍ର ଭଞ୍ଜଦେଓ, ନମିତା କାନୁନଗୋ, ପ୍ରବୀଣ ଅଗ୍ରୁୱାଲ୍, ଡକ୍ଟର ଅମ୍ରିତ୍ ପାଟଯୋଶୀ, ଜିତୁ ଖଣ୍ଡଲୱାଲ୍ , କିଶୋର ୱାଡ଼ର୍ ଓ ସ୍ମାଇଲ ପ୍ଲିଜର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ