ଖେଳ ଦେଶ ବିଦେଶ ରାଜନୀତି ରାଜ୍ୟ

ପୁଣି ସରକାର ଆଣିଲେ ଓଏପିଏମ୍‌ ଅଧ୍ୟାଦେଶ ବିଧାନସଭା ବିଜ୍ଞପ୍ତି ପରେ ଅଧ୍ୟାଦେଶ ଆଣିବା ନିଷ୍ପତ୍ତି ପଛର ରହସ୍ୟ କଣ!

ଭୁବନେଶ୍ବର=: ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ସର୍ବୋଚ୍ଚ ମୂଲ୍ୟ ପ୍ରଦାନ ପାଇଁ ସରକାର ଓଡ଼ିଶା କୃଷି ଉତ୍ପାଦନ ବଜାର ଅଧିନିୟମ ୧୯୫୬ (ଓଏପିଏମ୍‌)କୁ ସଂଶୋଧନ କରି ନୂଆ ଓଏପିଏମ୍‌ ଅଧିନିମୟ ପ୍ରଣୟନ ପାଇଁ ଯୋଜନା କରିଛନ୍ତି। କୋଭିଡ୍‌ ମହାମାରୀ ପ୍ରଭାବରେ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ଚାଷୀମାନଙ୍କୁ ତତ୍କାଳ ଲାଭ ଦେବା ପାଇଁ ପୂର୍ବରୁ ସରକାର ଏ ନେଇ ୨ ଥର ଅଧ୍ୟାଦେଶ ଜାରି କରିଥିଲେ। କିନ୍ତୁ ବିଧାନସଭାରେ ବିଲ୍‌ ପାରିତ ନ ହୋଇପାରିବାରୁ ଦୁଇଟି ଯାକ ଅଧ୍ୟାଦେଶ ଅକାମି ହୋଇଯାଇଥିଲା। ପୁଣି ଥରେ ଏହି ଅଧିନିୟମ ତତ୍କାଳ ଲାଗୁ କରିବା ପାଇଁ ସରକାର ଆଣିଥିବା ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରି ପ୍ରଦାନ କରିଛି। ଚଳିତମାସ ୧୮ ତାରିଖରୁ ବିଧାନସଭା ବଜେଟ୍‌ ଅଧିବେଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ନିୟମାନୁଯାୟୀ ବିଧାନସଭା ଡକା ସରିବା ପରେ ସରକାର ଅଧ୍ୟାଦେଶ ଆଣିବା ଠିକ୍‌ ନୁହେଁ। କିନ୍ତୁ କ’ଣ ପାଇଁ ଓ କେଉଁ ଉଦ୍ଦେଶ୍ୟରେ ସରକାର ସିଧାସଳଖ ବିଧାନସଭାରେ ବିଲ୍‌ ଆଗତ ନ କରି ଅଧ୍ୟାଦେଶ ଆଣିବାକୁ ସ୍ଥିର କଲେ ତାକୁ ନେଇ ବିଶେଷଜ୍ଞ ମହଲ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଥାଉକି, ଓଏପିଏମ୍‌ ଅଧିନିୟମ ସଂକ୍ରାନ୍ତ ପ୍ରଥମ ଅଧ୍ୟାଦେଶକୁ ଗତବର୍ଷ ମୌସୁମୀ ଅଧିବେଶନରେ ସରକାର ବିଧାନସଭାରେ ଉପସ୍ଥାପନ କରିଥିଲେ ବି ବିଲ୍‌ ଆଣିପାରିନଥିଲେ। ଫଳରେ ସେହି ଅଧ୍ୟାଦେଶର ଅବଧି ସରିଯାଇଥିଲା। ପୁଣିଥରେ କ୍ୟାବିନେଟ୍‌ ବୈଠକରେ ଏ ନେଇ ଆଉ ଗୋଟିଏ ଅଧ୍ୟାଦେଶ ପାରିତ କରାଇଥିଲେ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବା ଦେଖି ପୂର୍ବରୁ ଚୁକ୍ତିଭିତ୍ତିକ କୃଷି ପାଇଁ ରାଜ୍ୟ ସରକାର ଚିନ୍ତା କରିଥିବା ଯୋଜନାଠାରୁ ଦୂରେଇ ରହିଲେ। ଏହାକୁ ବାଦ ଦେଇ କେବଳ ବଜାର ସୁବିଧା ପାଇଁ ୨୦୨୦ ଶୀତ ଅଧିବେଶନରେ ଓଏପିଏମ୍‌ ସଂକ୍ରାନ୍ତ ଦ୍ବିତୀୟ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସମବାୟ ମନ୍ତ୍ରୀ ବିଲ୍‌ ଆଗତ କରିଥିଲେ। କିନ୍ତୁ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ବିରୋଧୀ ଗୃହରେ ଅଚଳାବସ୍ଥା ଜାରି ରଖିବାରୁ ବିଲ୍‌ ଉପରେ ଆଲୋଚନା ହୋଇପାରିନଥିଲା କି ପାରିତ ହୋଇପାରିନି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର