ଅପରାଧ ରାଜ୍ୟ

ପୁଣି ରୋଗୀଙ୍କ ଜୀବନ ସହ ଖେଳ: ଏସ୍‌ସିବି ପରିସର ଦୋକାନରେ ଏକ୍ସପାରି ଔଷଧ

କଟକ: କଟକ ବଡ଼ ଡାକ୍ତରଖାନାରେ ପୁଣି ରୋଗୀଙ୍କ ଜୀବନ ସହ ଖେଳ ଭଳି ଏକ ଉଦ୍‌ବେଗଜନକ ଘଟଣା ସାମ୍‌ନାକୁ ଆସିଛି। ଏସ୍‌ସିବି ପରିସରରେ ଥିବା କଲ୍ୟାଣୀ ମେଡିସିନ୍‌ ​​ଷ୍ଟୋର୍‌ରୁ ରୋଗୀ କିଣିଥିବା ଉଚ୍ଚ ରକ୍ତଚାପ ଔଷଧର ଏକ୍ସପାରି ଅବଧି ସରି ଯାଇଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଯେଉଁ ଉଚ୍ଚ ରକ୍ତଚାପ ଔଷଧ ଦିଆଯାଇଥିଲା, ତାହାର ଏକ୍ସପାରି ଅବଧି ଗତ ମାସରୁ ସରିଯାଇଥିଲା। ଏ ସଂପର୍କରେ ରୋଗୀ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ନୟାଗଡ଼ର ପବିତ୍ର ପଣ୍ଡା ତାଙ୍କ ଭଉଣୀର ଚିକିତ୍ସା ପାଇଁ ଏସ୍‌ସିବି ଆସିଥିଲେ। ତାଙ୍କର ରକ୍ତଚାପ ନିୟନ୍ତ୍ରଣକୁ ଆସୁ ନଥିବାରୁ ସେ ଏସ୍‌ସିବି ଓପିଡିରେ ଦେଖାଇ ଥିଲେ। ତାଙ୍କୁ ଯେଉଁ ଔଷଧ ଲେଖା ଯାଇଥିଲା, ତାହା ନିରାମୟରେ ନଥିଲା। ଫଳରେ, ସେ ଏସ୍‌ସିବି ପରିସରରେ ଥିବା କଲ୍ୟାଣୀ ମେଡିସିନ୍‌ ଷ୍ଟୋରରୁ ଔଷଧ କିଣିଥିଲେ। କିନ୍ତୁ, ସେ ଔଷଧକୁ ଯାଞ୍ଚ କରି ଦେଖିବା ପରେ ଏହାର ଅବଧି ସରି ଯାଇଥିବା ଜାଣିଥିଲେ। ସେ ଦୋକାନୀଙ୍କୁ ଏ ସଂପର୍କରେ କହିବାରୁ ଦୋକାନୀ ଔଷଧ ନେଇ ଯାଇ ଟଙ୍କା ଫେରାଇ ଦେଇଥିଲେ। ରୋଗୀ ସଂପର୍କୀୟ ଘଟଣା ସଂପର୍କରେ ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ। ଫଳରେ ଡକ୍ଟର ରାଉତ ତୁରନ୍ତ ଏହାର ତଦନ୍ତ ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗକୁ ସୁପାରିଶ କରିଥିଲେ। ଏହି ଘଟଣାକୁ ନେଇ ଦୋକାନୀ ବିଧିବଦ୍ଧ ଭାବେ କ୍ଷମା ମାଗିଥିବା ଜଣାପଡିଛି।

ଏହି ଘଟଣା ପରେ ଗ୍ରାମାଞ୍ଚଳର ଅନେକ ନିରୀହ ରୋଗୀ ଏକ୍ସପାରି ତାରିଖ ଯାଞ୍ଚ ନ କରି ହୁଏତ ତାହାକୁ ନେଇ ବିଭିନ୍ନ ସମୟରେ ହୁଏତ ସମସ୍ୟାରେ ପଡୁଥିବେ ବୋଲି ମତ ପ୍ରକାଶ ପାଇଛି। ନିକଟରେ କଟକରେ ଉଚ୍ଚ ରକ୍ତଚାପ ନକଲି ଔଷଧ ବିକ୍ରିକୁ ନେଇ ଏବେ ବି ହଟଚମଟ ଜାରି ରହିଥିବା ବେଳେ ଏବେ ଏକ୍ସପାରି ମେଡିସିନ୍ ବିକ୍ରି ଘଟଣା ଉଦ୍‌ବେଗର କାରଣ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।