ରାଜ୍ୟ

ପୁଣି ମହାକାଳପଡ଼ା ଦେଖିବ କି ଅତନୁ-ବିଜୟ ଲଢ଼େଇ?

ମାର୍ଶାଘାଇ: ୨୦୦୪ରୁ ଲଗାତାର ନିର୍ବାଚନ ଜିତି ଆସୁଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ୨୦୦୦ ପରଠାରୁ ଆଉ ନିର୍ବାଚନ ଜିତ ପାରି ନଥିବା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟର ପ୍ରଭାବଶାଳୀ ନେତା ବିଜୟ ମହାପାତ୍ରଙ୍କୁ ନେଇ କେନ୍ଦ୍ରାପଡ଼ାରେ ପୁଣି ଚର୍ଚ୍ଚା ବଢ଼ିଲାଣି। ଏହି ଦୁଇ ନେତା ୨୦୨୪ ସାଧାରଣ ନିର୍ବାଚନରେ ସାମନା ସାମନି ହେବେ ନା ନାହିଁ, ସେମାନଙ୍କ ମଧ୍ୟରୁ କିଏ ପାଟକୁରା ଅଥବା ମହାକାଳପଡ଼ାରେ ରହିବ, ତାହା ହିଁ ପ୍ରସଙ୍ଗ ହୋଇଛି। ୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପୂର୍ବରୁ ମହାକାଳପଡା ବ୍ଲକ ରାଜନଗର ନିର୍ବାଚନ ମଣ୍ତଳୀରେ ଥିଲା। ୨୦୦୯ରେ ମହାକାଳପଡା ବ୍ଲକ୍‌ର ମୋଟ୍‌ ୩୧ଟି ପଞ୍ଚାୟତ ଓ ମାର୍ଶାଘାଇ ବ୍ଲକର ୨୪ଟି ପଞ୍ଚାୟତରୁ ୧୭ଟିକୁ ନେଇ ମହାକାଳପଡା ନିର୍ବାଚନ ମଣ୍ତଳୀ ପୁନର୍ଗଠିତ ହେଲା। ଏହି ନିର୍ବାଚନ ମଣ୍ତଳୀର ପ୍ରାୟ ୩୦% ଭୋଟର କେବଳ ବଙ୍ଗଭାଷୀ ଅଟନ୍ତି। ନୂଆ ନିର୍ବାଚନମଣ୍ଡଳୀ ଗଠନ ଦିନଠାରୁ ଅତନୁ ସବ୍ୟସାଚୀ ନାୟକ ଲଗାତର ବିଜୟୀ ହୋଇ ହ୍ୟାଟ୍ରିକ୍‌ କରିଛନ୍ତି।

ସେପଟେ ୨୦୦୦ରେ ବିଜେଡି ଶେଷ ମୁହୂର୍ତ୍ତରେ ପାଟକୁରାରେ ବିଜୟ ମହାପାତ୍ରଙ୍କ ଟିକେଟ୍‌ କାଟି ଅତନୁଙ୍କୁ ପ୍ରାର୍ଥୀ କରିଥିଲା। ସେବେ ବିଜୟଙ୍କ ସମର୍ଥନରେ ଲଢୁଥିବା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରାଙ୍କ ଠାରୁ ଅତନୁ ହାରି ଯାଇଥିଲେ। ୨୦୦୪ରେ ଅତନୁ ପାଟକୁରାରୁ ବିଧାନସଭା ଜିତିଲେ। ହେଲେ ସେବେଠାରୁ ବିଜୟ ଆଉ ବିଧାନସଭାକୁ ଫେରିପାରିନାହାନ୍ତି। ୨୦୧୪ରେ ଉଭୟ ନେତା ମହାକାଳପଡ଼ାରେ ଆଉଥରେ ମୁହାଁମୁହିଁ ହୋଇଥିଲେ। ହେଲେ ବିଜୟ ମହାପାତ୍ର ସେବେ ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦୧୯ରେ ବିଜୟ ପାଟକୁରାକୁ ପୁଣି ଫେରିଆସିଥିଲେ ହେଁ ସେଠାରେ ବି ଜିତିପାରିନଥିଲେ। ୨୦୨୪ ନିର୍ବାଚନ ପାଇଁ ରାଜନୀତି ପବନ ଜୋରରେ ବହିଲାଣି। ଅତନୁ ମହାକାଳପଡା ରାଜନୀତିରେ ସକ୍ରିୟ ଅଛନ୍ତି। କିନ୍ତୁ ଆଗାମୀ ନିର୍ବାଚନରେ ବିଜୟଙ୍କ ଭୂମିକା କ’ଣ ହେବ ତାହା ସ୍ପଷ୍ଟ ହୋଇପାରିନାହିଁ। ଏଭଳି ସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ସଂଜୟ ରଥ, ଉମାକାନ୍ତ ପଟ୍ଟନାୟକ, ଦୁର୍ଗା ପ୍ରସାଦ ନାୟକ, ଭୂବନ ମୋହନ ଜେନା, ସ୍ବର୍ଗତ ବିଜୟ ପ୍ରଧାନଙ୍କ ପତ୍ନୀ ଜାନକୀ ପ୍ରଧାନ, ସଦ୍ୟ ବିଜେପିକୁ ଫେରିଥିବା ଜ୍ଞାନଦେବ ବେଉରା, ଚୌଧୁରୀ ରମାକାନ୍ତ ଦାସଙ୍କ ଭଳି ନେତା ବିଜେପି ଟିକେଟ୍‌ ଆଶାୟୀ ତାଲିକାରେ ଅଛନ୍ତି। କଂଗ୍ରେସରେ ବି ବିଭ୍ରାଂଶୁ ଶେଖର ଲେଙ୍କା, ରାକେଶ ମହାନ୍ତି ଓ ଲୋକନାଥ ମହାରଥୀଙ୍କ ଭଳି ନେତା ନିର୍ବାଚନ ଲଢିବା ଆଶାରେ ରହିଛନ୍ତି। କିନ୍ତୁ ଏଠାରେ ବିଜୟ ମହାପାତ୍ରଙ୍କ ଭୂମିକା ଏବେ ବି ଗୁରୁତ୍ବ ରଖୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।