ବେବି ଡଲ୍ ଗୀତ ଗାଇ ଫେମସ୍ ହୋଇଥିବା କନିକା କପୁରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ପୁଣି ଥରେ ବଧୂ ବେଶ ସାଜିଛନ୍ତି କନିକା । ନିଜ ବନ୍ଧୁ ଗୌତମଙ୍କୁ ବିବାହ କରିଛନ୍ତି । ତାଙ୍କର ମେହେନ୍ଦୀ ତଥା ପ୍ରି ୱେଡିଙ୍ଗ ସେରିମନିର ଫଟୋ ସବୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତିନୋଟି ଛୁଆର ମା’ କନିକା ପୁଣି ଆରମ୍ଭ କରିଛନ୍ତି ନିଜ ବୈବାହିକ ଜୀବନ। ‘ବେବି ଡଲ୍’ ଫେମ୍ କନିକା କପୁରଙ୍କ ଦ୍ୱିତୀୟ ବିବାହକୁ ନେଇ ଏବେ ଚାଲିଛି ବି-ଟାଉନ୍ରେ ଚଜୋରସୋରରେ ଚର୍ଚ୍ଚା। କନିକା ତାଙ୍କ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ତଥା ଏନ୍ଆର୍ଆଇ ବିଜନେସ୍ମ୍ୟାନ୍ ଗୌତମଙ୍କୁ ବିବାହ କରିଛନ୍ତି । ଆଜି ଏ ଦୁହେଁ ହାତକୁ ଦି ହାତ ହୋଇଛନ୍ତି । ବିବାହ କରିବାକୁ କନିକା ୬ ମାସ ପୂର୍ବରୁ ପ୍ରସ୍ତୁତି ଚଳାଇଥିଲେ ବି କୌଣସି କାରଣରୁ ଏହାକୁ ସ୍ଥଗିତ ରଖିଥିଲେ ।