ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ବଦଳିବ ଉପକୂଳ ରାଜପଥ ନକ୍ସା!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେ (ଉପକୂଳ ରାଜପଥ) ନକ୍ସା ପୁଣି ବଦଳିବ। ବିଶେଷକରି ଜଗତସିଂହପୁର ଜିଲ୍ଲାରେ ଏହା ଉପକୂଳଠାରୁ ୨୫ କିମି(ନକ୍ସା-୩ ଅନୁସାରେ) ଦୂରରେ ନଯାଇ, ପୂର୍ବ ପ୍ରସ୍ତାବିତ (ନକ୍ସା-୨ ଅନୁସାରେ) ସମୁଦ୍ର କୂଳ ନିକଟକୁ ଯିବ। ସେହିପରି ପରିବେଶକୁ ଦୃଷ୍ଟିରେ ରଖି ଉପକୂଳ ରାଜପଥ ନକ୍ସାରୁ ବାଦ୍‌ ପଡ଼ିଥିବା ବ୍ରହ୍ମଗିରିରୁ ସାତପଡ଼ା ଚାରି ଲେନ୍‌ ଗ୍ରୀନ୍‌ ଫିଲ୍ଡ ନିର୍ମାଣ ହେବ। ଠିକ୍‌ ସେମିତି ସାତପଡ଼ାରୁ ଗୋପାଳପୁର(ଚିଲିକା ଉପରେ) ଉପକୂଳ ରାଜପଥ ପାଇଁ ଟିଓଆର୍‌ ପ୍ରସ୍ତୁତ କରିବ ଏନ୍‌ଏଚ୍‌ଏଆଇ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଜଗତସିଂହପୁରରେ ତ୍ରୁଟି ସଂଶୋଧନ କରିବ ଏନ୍‌ଏଚ୍‌ଏଆଇ
ବ୍ରହ୍ମଗିରିରୁ ସାତପଡ଼ା ଚାରି ଲେନ୍‌ ଗ୍ରିନ୍‌ ଫିଲ୍ଡ ନିର୍ମାଣ ପାଇଁ ପ୍ରସ୍ତାବ
ଚିଲିକା ଉପରେ କୋଷ୍ଟାଲ ହାଇୱେ ନିର୍ମାଣ ନିଷ୍ପତ୍ତି
ସାତପଡ଼ାରୁ ଗୋପାଳପୁର ଟିଓଆର୍‌ ପ୍ରସ୍ତୁତ କରିବ ଏନ୍‌ଏଚ୍‌ଏଆଇ

ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ରହି ଉପକୂଳ ରାଜପଥର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏନ୍‌ଏଚ୍‌ଏଆଇ ଅଧିକାରୀ ରାଜପଥ ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଜଗତ୍‌ସିଂହପୁର ଜିଲ୍ଲାପାଳ ଉପକୂଳବାସୀଙ୍କ ଦାବି ସହ ବାସ୍ତବ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ। ଜଗତସିଂହପୁର ଉପକୂଳବର୍ତ୍ତୀ ଗାଁଗୁଡ଼ିକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଅଞ୍ଚଳ। ସମୁଦ୍ର କୂଳ ଦେଇ ଉପକୂଳ ରାଜପଥ ଗଲେ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ସହଜ ହୋଇପାରିବ। ଏଥିସହ ଗମନାଗମନ ସମସ୍ୟା ଥିବା ଉପକୂଳ ଅଞ୍ଚଳ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ସମୃଦ୍ଧ ହୋଇପାରିବ। ଯୋଜନାର ମୂଳ ଲକ୍ଷ୍ୟ ଓ ସଫଳ ରୂପାୟନ ପାଇଁ ଉପକୂଳ ରାଜପଥ ୨୫କିମି ଦୂରରେ ନୁହେଁ, ବରଂ ଉପକୂଳ ଦେଇ ଯିବା ଉଚିତ ବୋଲି ସମୂହ ଆଲୋଚନାରେ ପ୍ରସ୍ତାବ ଦିଆଯାଇଥିଲା। ଏହାପରେ ୪ ପ୍ରସ୍ତାବକୁ ସର୍ବସମ୍ମତ୍ତି କ୍ରମେ ମୁଖ୍ୟ ଶାସନ ସଚିବ ଗ୍ରହଣ କରିଥିଲେ। ପ୍ରଥମେ ପ୍ୟାକେଜ୍‌ ୧,୨ ଓ ୪ ରେ କାମରେ ଅଗ୍ରଗତି କରିବା। ଦ୍ବିତୀୟରେ ଜଗତସିଂହପୁର ଜିଲ୍ଲା (ପ୍ୟାକେଜ୍‌-୩)କୁ ସମୂଦ୍ର ଉପକୂଳ ନିକଟରେ ନେବା। ତୃତୀୟରେ ବ୍ରହ୍ମଗିରି ଠାରୁ ସାତପଡ଼ା ପର୍ଯ୍ୟନ୍ତ ଚାରି ଲେନ୍‌ ବିଶିଷ୍ଟ ଗ୍ରୀନ୍‌ ଫିଲ୍ଡ ନିର୍ମାଣ। ଚତୃର୍ଥରେ ଚିଲିକା ଉପରେ ସାତପଡ଼ା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ଉପକୂଳ ରାଜପଥର ଟର୍ମସ ଅଫ୍ ରେଫରେନ୍ସ (ଟିଓଆର)କୁ ଅନୁମୋଦନ ପାଇଁ ଏନ୍ଏଚ୍‌ଏଆଇ ପ୍ରସ୍ତାବ ଦେବ। ଏହାପୂର୍ବରୁ ଆବଶ୍ୟକ ପଡ଼ିଲେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) ଦ୍ବାରା ଉକ୍ତ ଅଞ୍ଚଳ ପରିଦର୍ଶନ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି।

ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଉପକୂଳ ରାଜପଥ ଉପକୂଳରେ ଯିବା ଯୋଜନାର ମୂଳ ଲକ୍ଷ୍ୟ। ହେଲେ ଜଗତ୍‌ସିଂହପୁରରେ କୌଣସି ସମସ୍ୟା ନଥାଇ ହଳଦିଆ ପିଲର୍‌(ଚୂଡ଼ାନ୍ତ ଖୁଣ୍ଟ) ପୋତାଯିବା ପରେ ମଧ୍ୟ ଚଞ୍ଚକତା କରାଯାଇ ସମୁଦ୍ରଠାରୁ ପ୍ରାୟ ୨୫ କିମି ଦୂରରେ ରାଜପଥ ନିଆଯାଉଛି। ଯାହାକୁ ନେଇ ଗତ କିଛି ମାସ ହେବ କମିଟି ଆନ୍ଦୋଳନ କରିଆସୁଛି। ଏବେ ତ୍ରୁଟି ସଂଶୋଧନ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଧର୍ମାନନ୍ଦ ଷଡ଼ଙ୍ଗୀ, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ହେମନ୍ତ କୁମାର ଦତ୍ତ, ଏନ୍‌ଏଚ୍‌ଏଆଇର ରାଜ୍ୟ ମୁଖ୍ୟ ଆର୍‌.ପି ପଣ୍ଡା, ଜଗତସିଂହପୁର ଜିଲ୍ଲାପାଳ ପାରୁଲ୍‌ ପଟୱାରୀ ଏବଂ ଉପକୂଳ ରାଜପଥ ସମୁଦ୍ରକୂଳ ଦେଇ ଯିବା ପାଇଁ ସଂଗ୍ରାମ କରି ଆସୁଥିବା ‘ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି’ର ସଦସ୍ୟମାନେ ଉପସ୍ଥିତ ରହିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।