ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ବଢ଼ିଲା ଦରଦାମ୍, ସୀମା ଟପିଲା ଖୁଚୁରା ମୁଦ୍ରାସ୍ଫୀତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଗତବର୍ଷ ନଭେମ୍ବର ଓ ଡିସେମ୍ବରରେ ଦରଦାମ୍ ସାମାନ୍ୟ ହ୍ରାସ ପରେ ଜାନୁଆରିରେ ପୁଣି ବୃଦ୍ଧି ପାଇଛି। ସରକାରୀ ସୂଚନା ଅନୁସାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୫୨%କୁ ବୃଦ୍ଧି ପାଇ ପୁଣି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏଭଳି ପରିସ୍ଥିତି ଆଗକୁ ମଧ୍ୟ ଜାରି ରହିପାରେ। ନିକଟ ଭବିଷ୍ୟତରେ ଏଥିରୁ ନିସ୍ତାର ମିଳିବାର ନାହିଁ। ବିଶେଷ କରି ମହଙ୍ଗା ପନିପରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ସାଧାରଣ ଖାଉଟୀ ଠାରୁ ଆରମ୍ଭ କରି ଅର୍ଥନୀତି ପରିଚାକଙ୍କୁ ମଧ୍ୟ ଚିନ୍ତାରେ ପକାଇଦେଇଛି।

The Logical Indian

ମୁଦ୍ରାସ୍ଫୀତିକୁ ୬ ପ୍ରତିଶତ ମଧ୍ୟରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କକୁ କୁହାଯାଇଛି। ୨୦୨୨ ଡିସେମ୍ବରରେ ମୁଦ୍ରାସ୍ଫୀତି ହାର ୫.୭୨ ପ୍ରତିଶତ ଥିବା ବେଳେ ଜାନୁଆରିରେ ତାହା ୬.୫୨%ରେ ପହଞ୍ଚିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଗତ ମାସରେ ବିଭିନ୍ନ ସାମଗ୍ରୀର ଖୁଚୁରା ମୂଲ୍ୟରେ ବୃଦ୍ଧି ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ଜାନୁଆରି ମାସରେ ପନିପରିବା ଦାମ୍ ୧୧.୭୦ ପ୍ରତିଶତ ବଢ଼ିଥିବା ବେଳେ ଇନ୍ଧନ ଓ ଆଲୋକ ପ୍ରଦାନକାରୀ ସାମଗ୍ରୀ ଦାମ୍‌ରେ ସାମାନ୍ୟ ହ୍ରାସ ଘଟିଛି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ଏବେ ୩ ମାସର ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇଛି। ତେଣୁ ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ଆହୁରି ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି ହୋଇଛି।

iStock

ଗତବର୍ଷ ସାରା ଖୁଚୁରା ମୁଦ୍ରାସ୍ଫୀତି ହାର ଉଚ୍ଚ ସ୍ତରରେ ଥିଲା। ମେ’ରେ ୭.୪ ପ୍ରତିଶତ, ଜୁନ୍‌ରେ ୭ ପ୍ରତିଶତ, ଜୁଲାଇରେ ୬.୭୧ ପ୍ରତିଶତ, ଅଗଷ୍ଟରେ ୭ ପ୍ରତିଶତ, ସେପ୍ଟେମ୍ବରରେ ୭.୪୧ ପ୍ରତିଶତ ଓ ଅକ୍ଟୋବରରେ ୬.୭୭ ପ୍ରତିଶତ ଥିଲା। ଖୁଚୁରା ମୁଦ୍ରାସ୍ଫୀତିକୁ ୬ ପ୍ରତିଶତ ମଧ୍ୟରେ ରଖିବା ଲାଗି କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ କହିଛନ୍ତି। ସେହି ଲକ୍ଷ୍ୟ ହାସଲ କରିବାରେ ରିଜର୍ଭ ବ୍ୟାଙ୍କ ବିଫଳ ହେବାରୁ ସରକାରଙ୍କୁ ତାହାର କାରଣ ଜଣାଇବାକୁ ପଡ଼ିଥିଲା।

କେବଳ ଭାରତ ନୁହେଁ ବିଶ୍ବବ୍ୟାପୀ ଦରଦାମ୍ ସ୍ଥିତି ଅନେକ ଦେଶ ଲାଗି ଚିନ୍ତାର କାରଣ ପାଲଟିଛି। ଆମେରିକା ଓ ବ୍ରିଟେନ୍ ଭଳି ଶକ୍ତିଶାଳୀ ଦେଶ ଦରଦାମ୍ ରାକ୍ଷାସ କବଳରୁ ଉଦ୍ଧାର ପାଇବାକୁ ସଂଘର୍ଷ କରୁଛନ୍ତି। ଦରଦାମ୍‌ର ମୁକାବିଲା ଲାଗି ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ବଢ଼ାଇବା ଜାରି ରଖିଛନ୍ତି। ଗତବର୍ଷ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦରଦାମ୍ ସ୍ଥିତି ଅଣାୟତ୍ତ ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।