କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ପୁଣି ବଡ ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ: ୨୩ ତାରିଖରେ ଖୋଲିବ ଶ୍ରୀମନ୍ଦିର

ପୁରୀ୧୮/୧୨: ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାରର ସଦସ୍ୟଙ୍କୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଏହି ସୁଯୋଗ ପରେ ପରେ ୱାର୍ଡ ଅନୁଯାୟୀ ଟୋକନ ମାଧ୍ୟମରେ ପୁରୀ ପୌରାଞ୍ଚଳବାସୀଙ୍କୁ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି। ଏହି ସମୟରେ ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ ନାହଁ। ଜାନୁଆରୀ ୩ ତାରିଖରୁ ପୁରୀ ଶ୍ରମନ୍ଦିର ସମେତ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି। ୩ ତାରିଖଠାରୁ ଦର୍ଶନ ବ୍ୟବସ୍ଥା ପାଇଁ କୋଭିଡ ନେଗେଟିଭ୍‌ ରିପୋର୍ଟର ଆବଶ୍ୟକ ରହିଛି। ଶ୍ରୀମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା ଦେଇଛନ୍ତି।

ଦୀର୍ଘ ୯ ମାସ ହେବ ମହାପ୍ରଭୁ ଜଗନ୍ନାଥଙ୍କ ବିନା ଦର୍ଶନରେ ଭକ୍ତ ବଡ ଦାଣ୍ଡରୁ ଫେରି ଯାଉଥିଲେ। ସତେ ଯେପରି ଭକ୍ତ ଓ ଭଗବାନଙ୍କ ମଝିରେ କରୋନା ପାଚେରୀ ହୋଇ ଛିଡା ହୋଇଥିଲା। ପୁରୀ ଶ୍ରୀମନ୍ଦିର ଖୋଲିବା ଖବର ଆସିବା ପରେ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଦେଶବିଦେଶରୁ ହଜାର ହଜାର ଭକ୍ତ ଜଗାଙ୍କୁ ଦର୍ଶନ ନ କରି ଆଖି ଛଳଛଳ କରି ଫେରିଯିବାର ଦୃଶ୍ୟ ମଧ୍ୟ ନଜୀର ରହିଛି। ଗତକିଛି ଦିନ ତଳେ ବିଦେଶୀ ଦମ୍ପତି ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ ଦାଣ୍ଡରେ ତଳେ ବସି ମହାପ୍ରସାଦ ସେବନ କରି ଫେରି ଯାଇଥିଲେ। ପୁଣି ବଡ଼ ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,