ଦେଶ ବିଦେଶ ମନୋରଞ୍ଜନ

ପୁଣି ଥରେ ମା’ ହେଲେ କାଇଲି ଜେନର୍‌, ଫଟୋ ସେୟାର କରି ଜଣାଇଲେ ଖୁସି ଖବର

ନୂଆଦିଲ୍ଲୀ ୦୮।୦୨ : ଆମେରିକାର ଜଣାଶୁଣା ମଡେଲ ତଥା ରିଆଲିଟି ଟିଭି ଷ୍ଟାର ଏବଂ ବ୍ୟବସାୟୀ କାଇଲି ଜେନେରଙ୍କ ଘର ପୁଣି ଥରେ ନୂଆ ଅତିଥି ଆସିଛି । ସେମାନେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଖୁସି ସହ ସ୍ୱାଗତ କରିଛନ୍ତି । ତାଙ୍କ ପାର୍ଟନର ରାପର୍ ଟ୍ରାଭିସ୍ ସ୍କଟଙ୍କ ସହ ଏହି ଖୁସି ଖବର ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ହେଲେ ତାଙ୍କର ପୁଅ ବା ଝିଅ ହେଇଛି ସେ ନେଇ ସ୍ପଷ୍ଟ କରି ନାହାନ୍ତି । ଏହି ଖବର ଶୁଣିବା ପରେ କାଇଲି ଜେନେରଙ୍କ ପ୍ରଶଂସକମାନେ ଖୁବ୍‌ ଖୁସି ହେବା ସହ ସୋସିଆଲ୍ ମିଡିଆରେ ଦୁହିଁଙ୍କୁ ଶୁଭେଚ୍ଛା ପଠାଇଛନ୍ତି ।

ଆମେରିକାର ପପୁଲାର ଷ୍ଟାର ତଥା କସମେଟିକ୍ସ ବ୍ୟବସାୟର ପ୍ରତିଷ୍ଠାତା କାଇଲି ତାଙ୍କ ଝିଅ ଓ ଶିଶୁର ଏକ ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋରେ ଦୁହିଁଙ୍କ ହାତର ଫଟୋ ଦେଖିବାକୁ ମିଳୁଛି । କାଇଲି ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଏକ ଇମୋଜି ସହିତ ‘୨/୨/୨୨’ କ୍ୟାପସନ୍ ଲେଖିଛନ୍ତି।

ତାଙ୍କର ଏହି କ୍ୟାପସନକୁ ଦେଖିଲେ ଜଣା ପଡିଛି ଯେ ଶିଶୁଟି ବୁଧବାର ଦିନ ଜନ୍ମ ହୋଇଛି । ସବୁଠାରୁ ବଡ କଥା ହେଲା କ୍ୟାପସନ୍ ବ୍ଲୁ ହାର୍ଟର ଇମୋଜି ସେୟାର କରାଯାଇଛି । ଏଥିରୁ ଜଣାପଡୁଛି କି ସେମାନଙ୍କର ଏକ ପୁଅ ହୋଇଛି

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ