ଦେଶ ବିଦେଶ ମନୋରଞ୍ଜନ

ପୁଣି ଥରେ ବର ସାଜିବେ ହ୍ରିତିକ୍‌ ରୋଶନ ! ଅଭିନେତାଙ୍କ ବିବାହକୁ ନେଇ ସାଙ୍ଗ କଲେ ଖୁଲାସା…

ନୂଆଦିଲ୍ଳୀ ୧୨।୦୩ : ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଓ ସବା ଆଜାଦଙ୍କ ଡେଟିଂ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ଦୁହିଁଙ୍କୁ ଏକାଠି ବହୁ ଥର ଦେଖାଯିବା ପରେ ସବା ଓ ହ୍ରିତିକଙ୍କ ନାଁକୁ ଯୋଡ଼ା ଯାଉଛି । ସବା ନିକଟରେ ହ୍ରିତିକଙ୍କ ପରିବାର ସହିତ ମଧ୍ୟ ସମୟ ବିତାଇଥିବା ନଜର ଆସିଥିଲେ । ଏହା ପରେ ଦୁହିଁଙ୍କ ବାହାଘର ଖବର ଏବେ ଭାଇରାଲ ହେବାରେ ଲାଗିଛି । ହେଲେ ହ୍ରିତିକ ଓ ସବା ନିଜର ରିଲେସନସିପ ଓ ବିବାହକୁ ନେଇ ମୁହଁ ଖୋଲି ନାହାନ୍ତି । କିନ୍ତୁ ସେମାନଙ୍କର ଜଣେ ସାଙ୍ଗ ଏହି ଘଟଣାକୁ ନେଇ ଖୁଲାସା କରିଛନ୍ତି ।

ଅଭିନେତା ତଥା ହ୍ରିତିକଙ୍କ ସାଙ୍ଗ ଏବିଷୟରେ ଗଣମାଧ୍ୟମ ସାମ୍ନାରେ ଆଲୋଚନା କରୁଥିବା ବେଳେ ଖୁଲାସା କରିଛନ୍ତି ଯେ, ‘ଦୁହେଁ ପରସ୍ପରକୁ ପସନ୍ଦ କରୁଛନ୍ତି । ହ୍ରିତିକଙ୍କ ପରିବାରକୁ ସବା ବହୁତ ପସନ୍ଦ ଆସିଛି । ନିକଟରେ ସବା ହିତ୍ରିକଙ୍କ ଘରକୁ ଯାଇଥିଲେ ଏବଂ ସବାଙ୍କୁ ସ୍ବାସ୍ଥ୍ୟ ଖରାପ ଥିବା ବେଳେ ହ୍ରିତିକ୍‌ଙ୍କ ଫ୍ୟାମିଲ୍‌ ସବାଙ୍କର ବିଶେଷ ଯତ୍ନ ମଧ୍ୟ ନେଉଥିଲେ । ଏହା ବ୍ୟତୀତ ହିତ୍ରିକ ନିଜ ସାଙ୍ଗ ମାନଙ୍କୁ କହିଛନ୍ତି ଯେ, ସେ ଦୁହେଁ ଏବେ ଏକାଠି ଅଛନ୍ତି । କିନ୍ତୁ ଏତେ ଜଲଦୀ କୌଣସି ପ୍ରକାରର ନିଷ୍ପତ୍ତି ନେବାକୁ ଚାହୁଁନାହାନ୍ତି ।

ତେବେ ରିପୋର୍ଟ ଅନୁଯାୟୀ, ହିତ୍ରିକ ଓ ସବା ପ୍ରଥମ ଥର ପାଇଁ ଏକ ଅନଲାଇନ୍ ଡେଟିଂ ଆପରେ ଭେଟିଥିଲେ । କିନ୍ତୁ ଦୁହିଁଙ୍କ ବନ୍ଧୁତାର ଆରମ୍ଭ ଟ୍ୱିଟରରେ ହୋଇଥିଲା । କହିବାକୁ ଗଲେ ଦୁହେଁ ଗତ ୨ରୁ ୩ ମାସ ହେବ ପରସ୍ପରକୁ ଡେଟ୍ କରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ