ଦେଶ ବିଦେଶ ମନୋରଞ୍ଜନ

ପୁଣି ଥରେ ବର ସାଜିବେ ଅଭିନେତା ଫରହାନ ଅଖତର , ସାମ୍ନାକୁ ଆସିଲା ବିବାହ ଡେଟ୍‌

ନୂଆଦିଲ୍ଲୀ ୧୬।୦୧ : ପୁଣି ଥରେ ହାତକୁ ଦି ହାତ ହେବେ ଅଭିନେତା ଫରହାନ୍‌ ଅଖତର । ଦ୍ବିତୀୟ ଥର ପାଇଁ ସାଜିବେ ବର। ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କର ଧରିବେ ହାତ। । ଏନେଇ ବି-ଟାଉନ୍‌ରେ ଜୋ ସୋର୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ପିଙ୍କଭିଲ୍ଲାର ରିପୋର୍ଟ ଅନୁସାରେ, ଆସନ୍ତା ଫେବ୍ରୁଆରୀ ୨୧ରେ ଫରହାନ ଓ ଶିବାନୀ ବିବାହ କରିବେ ତେବେ ଉଭୟ କୌଣସି ଗ୍ରାଣ୍ଡ ବିବାହ କରିବେ ନାହିଁ। କରୋନା ଯୋଗୁଁ ମୁମ୍ବାଇର ଏକ କୋର୍ଟରେ ଦୁହେଁ ରେଜିଷ୍ଟ୍ରି ମ୍ୟାରେଜ୍‌ କରିବେ। ତାଙ୍କ ବିବାହର ପାର୍ଟି ମଧ୍ୟ ଆୟୋଜନ ହେବ କିନ୍ତୁ ଏଥିରେ କେବଳ ତାଙ୍କ ପରିବାର ଲୋକେ ଓ ନିକଟ ସମ୍ପର୍କୀୟ ହିଁ ସାମିଲ ହେବେ। ଏନେଇ ଦୁହେଁ ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି। ଫରହାନ୍‌ ଅଖତର ଓ ଶିବାନୀ ଦାଣ୍ଡେକର ଉଭୟ ପରସ୍ପରକୁ ଦୀର୍ଘ ୩ ବର୍ଷ ହେଲା ଡେଟ୍‌ କରୁଛନ୍ତି। ଉଭୟ ନିଜ ସମ୍ପର୍କକୁ ନେଇ କେବେ ବି କାହାକୁ ଅଛପା ରଖିନାହାନ୍ତି। ଏ ଦୁହିଁଙ୍କୁ ଲଗାତାର ପାର୍ଟି ହେଉ ଅବା କୌଣସି ଫଙ୍କସନ୍‌ ଏକାଠି ନଜର ଆସନ୍ତି। କେବଳ ସେତିକି ନୁହେଁ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ପରସ୍ପରର ଫଠୋ ସେୟାର କରନ୍ତି। ନିକଟରେ ଏହି ଷ୍ଟାର ଯୋଡି ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ । ଯାହା ଖୁବ୍‌ ବାଇରାଲ ହୋଇଥିଲା ।

ଫରହାନ୍‌ଙ୍କୁ ଶେଷଥର ପାଇଁ ‘ତୁଫାନ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ସେ ପୁଣିଥରେ ନିର୍ଦ୍ଦେଶନା ଆଡକୁ ମୁହାଁଇଛନ୍ତି। ତାଙ୍କର ଫିଲ୍ମ ‘ଜି ଲେ ଜରା’ରୁ ପୁଣି ଥରେ ନିର୍ଦ୍ଦେଶନା ଦେବେ। ଏଥିରେ କ୍ୟାଟ୍ରିନା କୈଫ, ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କୁ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମ ଏକ ରୋଡ୍‌ ଟ୍ରିପ୍‌ ଉପରେ ଆଧାରିତ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ