ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ପୁଣି ଥରେ ଏକାଠି ହେବେ ନାଗା-ସାମନ୍ଥା ! ଛାଡପତ୍ର ପୋଷ୍ଟ ଡିଲିଟ୍ କଲେ ସାମନ୍ଥା ରୁଥ ପ୍ରଭୁ

ନୂଆଦିଲ୍ଳୀ ୨୩।୦୧ : ସାମନ୍ଥା ଓ ନାଗା ଚୈତନ୍ୟ ସାଉଥର ଲୋକପ୍ରିୟ ଯୋଡି ମଧ୍ୟରୁ ଅନ୍ୟତମ । ଦୁହିଁଙ୍କ ଛାଡପତ୍ର ଖବର ସମସ୍ତଙ୍କୁ ଚକିତ କରିଥିଲା । ସାମନ୍ଥା ଛାଡପତ୍ର ପରେ ନିଜ ପ୍ରଫେସନାଲ ଲାଇଫ ସହ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥିଲେ । ଏବଏ ସାମନ୍ଥାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଚାଲିଲାଣି। କିଛି ଦିନ ପୂର୍ବେ ଅଲଗା ହୋଇ ଯାଇଥିବା ନେଇ ସାମନ୍ଥା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଥିଲେ। ହେଲେ ଏବେ ସାମନ୍ଥାଙ୍କ ହାବଭାବରୁ ସେ ପୁଣି ଥରେ ନାଗାଙ୍କ ସହ ପ୍ୟାଚଅପ୍‌ ମୁଡରେ ଥିବା ପରି ଲାଗୁଛି। ସ୍ୱାମୀଙ୍କ ସହ ଛାଡପତ୍ର ବିଚ୍ଛେଦକୁ ନେଇ ନିଜେ ଟ୍ୱିଟ କରି ଫ୍ୟାନ୍ସଙ୍କୁ ଜଣାଇଥିବା ବେଳେ ଏବେ ସେହି ଟ୍ୱିଟକୁ ଡିଲିଟ କରି ଦେଇଛନ୍ତି ବୋଲି ଦେଖିବାକୁ ମିଲୁଛି। ଫଳରେ ଉଭୟ ପୁଣି ଥରେ ଏକାଠି ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ଗତବର୍ଷ ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁଙ୍କ ଛାଡପତ୍ର ନେଇ ବେଶ ଚର୍ଚ୍ଚା ହୋଇଥିଲା। ପ୍ରଥମେ ତ ଏହି ଦମ୍ପତ୍ତି ଛାଡପତ୍ର ଖବରକୁ ନେଇ ଚୁପ୍‌ ରହିଥିଲେ ପରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ତାଙ୍କ ନାମ ହଟାଇବା ନେଇ ନା ନା ପ୍ରଶ୍ନ ଉଠିଥିଲା କିନ୍ତୁ ଅକ୍ଟୋବର ମାସରେ ଦୁହେଁ ଏହି ଚର୍ଚ୍ଚା ଉପରେ ମୋହର ମାରିଥିଲେ। ଆଉ ଛାଡପତ୍ର ନେଇଥିବା ନେଇ ଘୋଷଣା କରିଥିଲେ। ହେଲେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସୃଷ୍ଟି କରିଛି ପୋଷ୍ଟ ଡିଲିଟ୍‌ ହୋଇଛିମାନେ କଣ ଦୁହେଁ ପୁଣି ଥରେ ଏକାଠି ହେବେ କି।

ନିକଟରେ ଏକ ସାକ୍ଷାତକାର୍‌ରେ ନାଗା ଚୈତନ୍ୟ ସାମନ୍ଥାଙ୍କ ସହ ଛାଡପତ୍ରକୁ ନେଇ ମୁହଁ ଖୋଲିଥିଲେ। ସେ କହିଥିଲେ, ‘ଭିନ୍ନ ହେବା ଠିକ୍‌ ଥିଲା। ଏହା ଆପୋସ ସହମତିରେ ନିଆଯାଇଥିବା ନିଷ୍ପତ୍ତି ଥିଲା, ଯାହା ଦୁଇ ଜଣଙ୍କ ଖୁସି ପାଇଁ ନିଆଯାଇଛି। ଯଦି ସେ ଖୁସି ଅଛନ୍ତି ତାହାଲେ ମୁଁ ଖୁସି ଅଛି, ଏଭଳି ପରିସ୍ଥିତିରେ ଛାଡପତ୍ର ଏକ ଭଲ ନିଷ୍ପତ୍ତି।’ ସାମନ୍ଥାଙ୍କୁ ନିକଟରେ ସୁପରହିଟ୍‌ ଫିଲ୍ମ ‘ପୁଷ୍ପା’ର ଏକ ଆଇଟମ୍‌ ଗୀତରେ ଦେଖିବାକୁ ମିଳିଥିଲା। ଏହା ସୁପରହିଟ୍‌ ହେବା ପରେ ସେ ସୁଇଜରଲାଣ୍ଡରେ ନିଜ ଛୁଟିକୁ କାଟିବାକୁ ଯାଇଛନ୍ତି। ଶୁଣିବାକୁ ମିଳୁଚି କି ଖୁବ୍‌ ଶୀଘ୍ର ସେ ହଲିଉଡରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ