ମୁମ୍ବାଇ ୧୦।୨: ଡ଼ଫ୍ ଆଣ୍ଡ ଫେଲପ୍ସ ଦ୍ବାରା ହେଉଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭ୍ୟାଲୁଏସନ୍ ଷ୍ଟଡି ୨୦୨୦’ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ ର ମାନ୍ୟତା ହାସଲ କରିଛନ୍ତି । ଦୀପିକା ବାରମ୍ବାର ବ୍ରାଣ୍ଡର ପସନ୍ଦର ଅଭିନେତ୍ରୀ ରହିଛନ୍ତି ଏବଂ ପର୍ଯ୍ୟାୟକ୍ରମେ ହିଟସ୍ ଦେଇଚାଲିଛନ୍ତି ।
ଏହି କାରଣରୁ ଦୀପିକାଙ୍କୁ ବଲିଉଡ କୁଇନ୍ କୁହାଯାଏ । ଦୀପିକା ‘ମୋଷ୍ଟ ଭାଲ୍ୟୁଡ୍ ଫିମେଲ ସେଲେବ’ ରେ ପ୍ରଥମ ସ୍ଥାନରେ ରହିବା ସହିତ ଅନେକ ଜଣାଶୁଣା ଅଭିନେତାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏହାପରେ ଆଗାମୀ ଦିନରେ ଦୀପିକା ଅନ୍ୟ ବ୍ରାଣ୍ଡରେ କାମ କରୁଥିବା ମଧ୍ୟ ନଜରକୁ ଆସିବେ ।
୨୦୧୭ ମସିହାରେ ଶାହରୁଖ ଖାନଙ୍କ ସହିତ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ରେ ବଲିଉଡରେ ଏଣ୍ଟ୍ରି କରିଥିବା ଦୀପିକା ତାଙ୍କର ପ୍ରତ୍ୟେକ ଫିଲ୍ମରେ ନିଜର କମାଲ ଦେଖାଇଛନ୍ତି । ତାଙ୍କର ଏହି ପରିଶ୍ରମ ପାଇଁ ସେ ଅନେକ ଗ୍ଲୋବାଲ୍ ବ୍ରାଣ୍ଡ ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି ଏବଂ ଆଜି ମଧ୍ୟ ଇଣ୍ଡଷ୍ଟ୍ରିରେ ମଜବୁତ ସହିତ ଛିଡା ହୋଇଛନ୍ତି ।
ଦୀପିକା ନିଜ ଫ୍ୟାନ୍ସଙ୍କ ମଧ୍ୟରେ କେତେ ଲୋକପ୍ରିୟ ଅଛନ୍ତି ତାହା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନଜର ପକାଇଲେ ଜଣାପଡ଼ିଯିବ । ଇନଷ୍ଟାଗ୍ରାମରେ ଦୀପିକାଙ୍କର ୫୨ ମିଲିୟନ୍ ଫଲୋଅର୍ସ ଥିବାବେଳେ ଟ୍ବିଟରରେ ୩୪ ମିଲିୟନ୍ ରହିଛି ।
ଟେଲିକମ୍ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆର ୨୦୧୯ ରିପୋର୍ଟ ଅନୁସାରେ ଦୀପିକା ଦେଶର ବିଶ୍ଵସନୀୟ ମହିଳା ସେଲେବ୍ସର ସୂଚୀରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି ।