ଅପରାଧ ରାଜ୍ୟ

ପୁଣି ଜାତୀୟ ପତାକାକୁ ଅସମ୍ମାନ, ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସରେ ଓଲଟା ଉଡିଲା ତ୍ରିରଙ୍ଗା

ନୀଳଗିରି ୧୫।୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସରେ ଉଡିଲା ଓଲଟା ପତାକା। କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଉପଜିଲ୍ଲାପାଳଙ୍କ ଆଡକୁ ଆଙ୍ଗୁଳି ଉଠିଛି।

ସୋମବାର ସକାଳେ ଜାତୀୟ ପତାକା ଉତ୍ତୋଳନ ପାଇଁ ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଉପସ୍ଥିତ ଥିଲେ । ତାଙ୍କ ସହ କିଛି କର୍ମଚାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଜାତୀୟ ପତାକା ଉତ୍ତୋଳନ ହେବା ପରେ ଏହା ଓଲଟା ଉଡ଼ିବାକୁ ଲାଗିଥିଲା । ପରେ ଜାତୀୟ ସଙ୍ଗୀତ ଗାନ ହେଲା। ହେଲେ ଏଭଳି ଗୁରୁତର ତ୍ରୁଟି କାହାରି ନଜର ଆସିନଥିଲା। କିନ୍ତୁ କ୍ୟାମେରା ଲେନ୍ସରେ ଏହା ଧରାପଡିଯିବା ପରେ ଦଉଡି ଛିଣ୍ଡି ଏଭଳି ହୋଇଥିବା କୁହାଯାଇଥିଲା। ପରେ ଜାତୀୟ ପତାକା ତଳକୁ ଓହ୍ଲାଇ ତ୍ରୁଟି ସୁଧାର ଯାଇଥିଲା ।

ତେବେ କର୍ମଚାରୀଙ୍କ ଦାୟିତ୍ବ ହୀନତା ପାଇଁ ଅଧିକାରୀଙ୍କ ଆଡକୁ ଆଙ୍ଗୁଳି ଉଠିଛି। ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ ପରେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା ଘଣ୍ଟ ଘୋଡ଼ାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।