ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି କଞ୍ଚାମାଲର ଅଭାବ; ବନ୍ଦ ହେବା ସମ୍ଭାବନାକୁ ଆସିଲାଣି କାଗଜକଳ!

ଜୟପୁର: ୫ମାସ ଧରି ବନ୍ଦ ହେବା ପରେ ପୁଣି ବହୁ କଷ୍ଠରେ ଚାଳୁ ହୋଇଥିଲା ଗାଗାନାପୁରସ୍ଥ କାଗଜକଳ। ସଂପ୍ରତି ମିଲର ଗୋଟିଏ ୟୁନିଟ୍ ଚାଳୁଛି। ଗୋଟିଏ ୟୁନିଟରୁ କାଗଜଉତ୍ପାଦନ ଆରମ୍ଭ ହେବା ପରେ ଜମା ରହିଥିବା କୋଇଲା ଓ କ୍ୟାମିକାଲ ଧୀରେଧୀରେ ସରି ଆସୁଥିବା ବେଳେ ନୂଆରେ ଆଉ କଂପାନି ଏସବୁ କିଣି ଆଉ ଆଣୁ ନାହିଁ। ଏହି ସ୍ଥିତିରେ ଆଉ ୨ରୁ ୩ଦିନ ପାଇଁ ହିଁ କଂଚାମାଲ ରହିଛି। ଏହି ସ୍ଥିତିରେ ଆଉ ବେଶିରେ ବେଶି ୩ରୁ ୪ଦିନ ହିଁ ମିଲ୍ ଚାଳିବ। ନୂଆରେ କଂଚାମା ତା ପରେ ବନ୍ଦ ହେବା ସମ୍ଭାବନା ରହିଛି ପରିସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଶ୍ରମିକ ସଂଘ ନେତା ସରୋଜ ସୁଆର।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୬ରୁ ବନ୍ଦ ପଡ଼ିଥିବା କାଗଜକଳ କଂଚାମାଲ ପାଇଁ ବନ୍ଦ ଥିଲା। କଂଚାମାଲ ଜମା ହେବା ପରେ  ୨ଟି ସଂଘ ୨ମାସର ଅଗ୍ରୀମ ଦରମା ଏକାସହ ପୈଠ କରିବା ସହ ୨୦୧୨-୧୫ ତ୍ରିପାକ୍ଷୀକ ଚୁକ୍ତିନାମା ତୁରନ୍ତ ଲାଗୁ ଦେଇଥିବା ଦାବି ପୁରଣ ନହେବା ଯାଏଁ ମିଲ୍ ଚାଳିବାକୁ ଦିଆଯିବ ନି ବୋଲି ଜିଦ୍ ରେ ଅଟଳ ରହିଥିଲେ। ତେବେ ଗୋଟିଏ ମାସର ଅଗ୍ରୀମ ଦରମା , ଭତ୍ତା ଦେବା ସହ ନଭେମ୍ବର ମାସର ଶେଷ ସୁଦ୍ଧା ଆଉ ଗୋଟିଏ ମାସର ଅଗ୍ରୀମ ଦରମା ଦେବାକୁ କର୍ତ୍ତୃପକ୍ଷ ପ୍ରତିଶ୍ରୃତି ଦେଇଥିଲେ। ତା ପରେ ଶ୍ରମିକ ସଂଘ ପକ୍ଷରୁ ରାଜି ହୋଇ  ବହୁ କଷ୍ଠରେ ଗତ ୫ତାରିଖ ଦିନ ମିଲ୍ ଚାଳିବା ଆରମ୍ଭ ହୋଇଥିଲା। ଏହା ପରେ କେବଳ ଅଗ୍ରୀମ ଦରମା ହିଁ ଦେଇଥିବା ବେଳେ ଭତ୍ତା ଏ ପର୍ଯ୍ୟନ୍ତ ମିଳିନି ବୋଲି ଶ୍ରମିକ ସଂଘ ନେତା ମାନେ କହିଛନ୍ତି।

ଅପରପକ୍ଷରେ କାଠଭେଣ୍ଡର ମାନେ କାଠ ଯୋଗାଇ ଆସୁଥିବା ବେଳେ ସେମାନଙ୍କ ବକେୟା ୫କୋଟି ୬୬ଲକ୍ଷ ରହିଥିଲା। ଭେଣ୍ଡର ମାନେ ପୁଣି କାଠ ଯୋଗାଇବା ବନ୍ଦ କରି କର୍ତ୍ତୃପକ୍ଷକୁ ଭେଟି ତୁରନ୍ତ ବକେୟା ଦାବି କରି ଉଚ୍ଚବାଚ୍ଚ ହେବା ପରେ ୬୬ଲକ୍ଷ ଦେଇଛି କର୍ତ୍ତୃପକ୍ଷ। ବଳକା ୫କୋଟି ପୁଣି ବକେୟା ରହିଥିବା କହିଛନ୍ତି କାଠ ଭେଣ୍ଡର। କୋଇଲା ଓ କ୍ୟାମିକାଲ ନଗଦରେ କିଣିକି ଅଣାଯାଉଛି। ତେଣୁ ତାହା ସରିବା ସ୍ଥିତିକୁ ପଳାଇ ଆସିଲାଣି। ମାତ୍ର ୩ରୁ ୪ଦିନ ପର୍ଯ୍ୟନ୍ତ ହିଁ ଏହା ଚାଳିବ। କାଠ ଯୋଗାଣ ବନ୍ଦ ଥିବା ବେଳେ କୋଇଲା ଓ କ୍ୟାମିକାଲ କଂପାନୀ ନୂଆରେ କିଣି ଆଣୁ ନଥିବାରୁ କଂପାନୀର ଉଦ୍ଦେଶ୍ୟକୁ ନେଇ ଶ୍ରମିକ ମାନେ ସଂଦେହାସ୍ପଦ ବୋଲି ବିଭିନ୍ନ ସଂଘର କର୍ମକର୍ତ୍ତା ମାନେ କହିଛନ୍ତି। ପ୍ରଶାସନ ମଝିରେ ମଝିରେ କଂପାନୀର କାର୍ଯ୍ୟକଳାପ ପ୍ରତି ତଦାରଖ ଓ ସମୀକ୍ଷା କରିବା ଆବଶ୍ୟକତା ରହିଛି ବୋଲି କର୍ମଚାରୀ ସଂଘର ନେତା ମାନେ କହିଛନ୍ତି। ବକେୟା ଟଙ୍କା ଦେଉ ନଥିବାରୁ ହାତରେ ଥିବା କାଠ ଯୋଗାଣକାରୀ ଓକାଠ ଚାଷୀ ମାନେ ଭେଣ୍ଡରଙ୍କୁ କାଠ ଦେବାକୁ ଆଉ ରାଜି ନଥିବାରୁ ଭେଣ୍ଡର ମାନେ ବି ଚିନ୍ତାରେ ପଡ଼ିଛନ୍ତି।  ଏଭଳି  ପ୍ରକ୍ରିୟା ଜାରୀ ରହିଲେ ଭେଣ୍ଡର ମାନେ ଯୋଗାଇଥିବା କାଠ ମିଲରୁ ଉଠାଇ ନେଇ ବଜାରରେ ବିକ୍ରୀ କରିବାକୁ ବାଧ୍ୟ ହେବେ ବୋଲି ବି ଚେତାବନୀ ଦେଇଛନ୍ତି। ଏହି ସ୍ଥିତି ଉପୁଜାଇବାକୁ ପରିଚାଳନା କର୍ତ୍ତୃପକ୍ଷ ବାଧ୍ୟ କରୁଛି ବୋଲି ଭେଣ୍ଡର ମାନେ କହିଛନ୍ତି।  ୧୦ହଜାର ଲୋକେ ପ୍ରତ୍ୟକ୍ଷ ଓପରୋକ୍ଷ ଭାବେ ନିର୍ଭର ଥିବା କଳର ଭବିଷ୍ୟତକୁ ନେଇ ପରିଚାଳନା କର୍ତ୍ତୃପକ୍ଷ ଏଭଳି କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ‌ଏହି ନେତା ମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।