ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୁଟିନଙ୍କ ସହ କଥା ହେବାକୁ ପ୍ରସ୍ତୁତ ବାଇଡେନ: ’ଯଦି ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାହୁଛନ୍ତି’…

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ, ୨/୧୨: ଋଷକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଋଷ ରାଷ୍ଟ୍ରପତିଙ୍କ ସହ କଥା ହେବା ନେଇ ସଙ୍କେତ ଦେଇଛନ୍ତି ବାଇଡେନ। ଏହା ସହ ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଗୁରୁବାର ବାଇଡେନ କହିଛନ୍ତି ଯେ ଯଦି ଋଷ ପ୍ରକୃତରେ ଯୁଦ୍ଧ ସମାପ୍ତ କରିବାକୁ ଚାହୁଛନ୍ତି ତେବେ​‌ ସେ ପୁଟିନଙ୍କ ସହ କଥା ହେବାକୁ ପ୍ରସ୍ତୁତ। ବାଇଡେନ୍ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ହ୍ବାଇଟ୍ ହାଉସ୍‌ରେ ୟୁକ୍ରେନ ଉପରେ ଏକ ମିଳିତ ବୟାନ ଜାରି କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ତେବେ ଏଠାରେ ଧ୍ୟାନ ଦେବା କଥା ଯେ ଯେବେଠୋରୁ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଛି ସେବେଠାରୁ ବାଇଡେନ ପୁଟିନ୍‌ଙ୍କ କଥାବାର୍ତ୍ତାକୁ ବିରୋଧ କରିଆସୁଛନ୍ତି। କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ଋଷ ନେତାଙ୍କ ସହ କଥାବାର୍ତ୍ତା ପାଇଁ କହିଛନ୍ତି।

ବାଇଡେନ ଆଗକୁ କହିଛନ୍ତି ଯେ ପୁଟିନ୍‌ଙ୍କ ସହ କଥା ହେବାକୁ ପ୍ରସ୍ତୁତ ଯଦି ସେ ପ୍ରକୃତ​‌ରେ ଯୁଦ୍ଦ ସମାପ୍ତ କରିବାକୁ ଚାହୁଛନ୍ତି। ଅବଶ୍ୟ ବାଇଡେନ କହିଛନ୍ତି ଯେ ଯେ କେବଳ ନାଟୋ ସହଯୋଗୀଙ୍କ ସହ ପରାମର୍ଶ ପରେ ଏଭଳି କିଛି କରିବେ। ଏହା ସହ ସେ କହିଛନ୍ତି ଯେ ସେ ଏଭଳି କିଛି କରିବେନି ଯାହାଦ୍ବାରା ୟୁକ୍ରେନବାସୀଙ୍କ ହିତକର ନହେବ।

ସେହିଭଳି ବାଇଡେନ୍ ଏବଂ ମାକ୍ରନ ଉଭୟ ୟୁକ୍ରେନ୍‌କୁ ଦୀର୍ଘକାଳୀନ ସମର୍ଥନ ଦେବା ପାଇଁ କହିଛନ୍ତି। ବାଇଡେନ କହିଛନ୍ତି ଏହି ଯୁଦ୍ଧକୁ ସମାପ୍ତ କରିବା ପାଇଁ ଏହା ଏକ ଉପାୟ ଯେ ପୁଟିନ୍ ୟୁକ୍ରେନରୁ ବାହାରକୁ ବାହାରନ୍ତୁ। କିନ୍ତୁ ତାଙ୍କର ଏଭଳି କୌଣସି ଉଦ୍ଦେଶ୍ୟ ନାହିଁ।। ସେ ଯାହା ବି କରୁଛନ୍ତି ତାହା ଖରାପ। ସେ ଲଗାତାର ହସ୍ପିଟାଲ ଏବଂ ଘରକୁ ଟର୍ଗେଟ କରୁଛନ୍ତି। ଯାହା ଯୋଗୁଁ ଲକ୍ଷ ଲକ୍ଷ ପିଲା ପ୍ରଭାବିତ ହେଉଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ