ଅପରାଧ ଦେଶ ବିଦେଶ

ପୁଞ୍ଚ ଜିଲ୍ଲାରେ ଗ୍ରେନେଡ୍ ବିସ୍ପୋରଣ : ୨ ଯବାନ ସହିଦ

ନୂଆଦିଲ୍ଲୀ ୧୮/୦୭: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଅଘଟଣ । ଏକ ହ୍ୟାଣ୍ଡ ଗ୍ରେନେଡ୍ ହଠାତ ବିସ୍ଫୋରଣ ହେବାରୁ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ଦୁଇ ଯବାନଙ୍କ ମଧ୍ୟରେ ଜଣେ ଆର୍ମି କ୍ୟାପଟେନ ଏବଂ ଜଣେ ଜୁନିଅର କମିଶନ ଅଫିସର ରହିଛନ୍ତି ।

ସୂଚନାନୁସାରେ,, ରବିବାର ରାତିରେ ପୁଞ୍ଚ ଜିଲ୍ଲାର ମେଣ୍ଡାର ଅଞ୍ଚଳରେ କିଛି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଏହାପରେ ହିଁ ଅଘଟଣ ଘଟିଥିଲା । ଗ୍ରେନେଡ୍ ବିସ୍ଫୋରଣ ପରେ ତୁରନ୍ତ ଆର୍ମି କ୍ୟାପଟେନ ଏବଂ ନାଇବ-ସୁବେଦାର (ଜେସିଓ) ହେଲିକପ୍ଟର ଯୋଗେ ଉଦ୍ଧାମପୁରକୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଗ୍ରେନେଡ୍‌ ବିଷ୍ଫୋରଣ କେମିତି ହେଲା ସେନେଇ କୌଣସି ତଥ୍ୟ ମିଳିନାହଁ ।

ସୂଚନାଯୋଗ୍ୟ, ଗ୍ରେନେଡ୍ ବିସ୍ଫୋରଣ ପରେ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କାରଣ ଗତ ଦୁଇ ସପ୍ତାହ ମଧ୍ୟରେ ସୀମା ନିକଟରେ ପାକିସ୍ତାନୀ ଡ୍ରୋନ୍‌ ଦେଖିବାକୁ ମିଳିଥିଲା। ତେବେ ରବିବାରର ଘଟଣା ପଛରେ କୌଣସି ପାକିସ୍ତାନୀଙ୍କ ହାତ ରହିଛି ନା ନାହିଁ ତାହା ଜଣାପଡିନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ