ମନୋରଞ୍ଜନ

ପୁଅ ସିନା ନାହିଁ, ହେଲେ ହୃଦୟରେ ରହିଛି ତାର ସ୍ମୃତି, ଆଦିତ୍ୟକୁ ହରାଇବା ପରେ ରୋଗୀ ସେବା କରୁଛନ୍ତି ଅନୁରାଧା

ନୂଆଦିଲ୍ଲୀ ୨୭/୦୫: ନିକଟରେ ଗାୟିକ ଅନୁରାଧା ପୌଡୱାଲ ସ୍ୱତନ୍ତ୍ର ଅତିଥି ଭାବେ ସିଙ୍ଗିଙ୍ଗ୍ ରିୟଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍ ୧୨’ ରେ ଯୋଗ ଦେଇଥିଲେ । ଅନୁରାଧା ପୌଡୱାଲ ବଲିଉଡର ଜଣେ ଜଣାଶୁଣା ଗାୟିକା । ଆଜି ବି ଲୋକମାନେ ତାଙ୍କର ସୁମଧୁର ସ୍ୱର ପାଇଁ ପାଗଳ, କିନ୍ତୁ ଗତ ବର୍ଷଠାରୁ ତାଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ସେ ତାଙ୍କର ଏକମାତ୍ର ପୁଅ ଆଦିତ୍ୟଙ୍କୁ ହରାଇଛନ୍ତି। ଯାହାର ଦୁଃଖରୁ ଅନୁରାଧା ଆଜି ପର୍ଯ୍ୟନ୍ତ ବାହାରି ପାରୁ ନାହାଁନ୍ତି ।


ନିକଟରେ ଏକ ଇଣ୍ଟରଭ୍ୟୁରେ ଅନୁରାଧା କହିଛନ୍ତି, ‘ଆଦିତ୍ୟ ସବୁବେଳେ ମୋ ସହିତ ଅଛି। ସେ ମୋ ହୃଦୟରେ ରହିବ । ମୁଁ ଆଉ ଆଦିତ୍ୟ ଏକ ସମାନ । ମୋ ପୁଅ ମୋ ଜୀବନର ଏକ ଅଂଶ । ଆଦିତ୍ୟ ତାର ମାକୁ ଛାଡି କୁଆଡେ ଯାଇ ନାହିଁ ।‘ ଅନୁରାଧା କହିଛନ୍ତି ଯେ ପ୍ରତିଦିନ ସେ କରୋନା ସହ ଜଡିତ ଖବର ପଢି ଚିନ୍ତିତ ହୋଇପଡୁଛନ୍ତି । ଲୋକମାନେ ପ୍ରାଣ ହରାଉଛନ୍ତି, ତାଙ୍କୁ କୌଣସି ସୁବିଧା ମିଳି ପାରୁନାହିଁ ।

ସେ କହିଛନ୍ତି, ଏସବୁ ଦେଖି ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି । ଅନୁରାଧା ପୌଡୱାଲ କରୋନା ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଅକ୍ସିଜେନ୍ କନସେନଟ୍ରେଟର ଏବଂ ଭେଣ୍ଟିଲେଟର ଯୋଗାଉଛନ୍ତି ।

ଅନୁରାଧା ପୌଡୱାଲଙ୍କ ପୁଅ ଆଦିତ୍ୟ ପୌଡୱାଲଙ୍କର ୩୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେ କିଡ୍ନୀ ଜନିତ ସମସ୍ୟା ସହ ସଂଘର୍ଷ କରୁଥିଲେ। ଡାକ୍ତରଖାନାରେ କିଡ୍ନୀ ଫେଲ୍ ହେତୁ ତାଙ୍କର ଦେହାନ୍ତ ହୋଇଥିଲା। ସେ ମଧ୍ୟ ତାଙ୍କ ମା’ଙ୍କ ପରି ଭଜନ ଏବଂ ଭକ୍ତି ଗୀତ ଗାଉଥିଲେ। ଏହା ବ୍ୟତୀତ ସେ ସଙ୍ଗୀତ ରଚନା ମଧ୍ୟ କରୁଥିଲେ। ଦେଶର ସର୍ବକନିଷ୍ଠ ସଂଗୀତ ନିର୍ଦ୍ଦେଶକ ହୋଇଥିବାରୁ ତାଙ୍କ ନାମ ‘ଲିମ୍କା ବୁକ୍ ଅଫ୍ ରେକର୍ଡସ’ରେ ଅନ୍ତର୍ଭୁକ୍ତ ହୋଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ