ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ପୁଅ ଭାରତକୁ ବିଶ୍ୱକପ ଜିତାଇବ’ : ଦଳରେ ଚୟନ ପରେ ଖୁସିରେ ଅର୍ଶଦୀପଙ୍କ ପୁରା ପରିବାର

ନୂଆଦିଲ୍ଲୀ, ୧୩|୦୯ : ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରେ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍ । ଏଥିପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏଥିରେ ସ୍ଥାନ ପାଇଛନ୍ତି ଦ୍ରୁତ ବୋଲର ଅର୍ଶଦୀପ ସିଂ । ଯାହାକୁ ନେଇ ତାଙ୍କ ପରିବାର ଲୋକେ ଖୁସି ଅଛନ୍ତି । ଏହାସହ ଅର୍ଶଦୀପ ଭାରତକୁ ବିଶ୍ୱକପ ଜିତାନ୍ତୁ ବୋଲି ପରିବାର ଲୋକେ ଆଶା ରଖିଛନ୍ତି ।

ଅର୍ଶଦୀପଙ୍କ ମାଆ ବଲଜିତ କୌର ସୋମବାର ସନ୍ଧ୍ୟାରେ ପୁଅ ବିଶ୍ୱକପ ଟିମରେ ସାମିଲ ହୋଇଥିବା ଖବର ପାଇଥିଲେ । ଏହି ସମୟରେ ସେ ନିଜ ପୂଜାଘରେ ପ୍ରାର୍ଥନା କରୁଥିଲେ । ଏହାକୁ ନେଇ ସେ କହିଛନ୍ତି ଯେ, ତାଙ୍କ ପ୍ରାର୍ଥନା ଭଗବାନ ଶୁଣିଛନ୍ତି ।

ଅର୍ଶଦୀପ ଆଇପିଏଲରେ ନିଜର ଜଲଓ୍ୱା ଦେଖାଇଥିଲେ । ସେ ଡେଥ୍ ଓଭରରେ ଦମଦାର୍ ବୋଲିଂ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ସେ ବିଶ୍ୱକପ ଟିମମରେ ସାମିଲ ପାଞ୍ଚ ବୋଲରଙ୍କ ମଧ୍ୟରେ ଅନ୍ୟତମ ।

ତେବେ ପୁଅର ଚୟନ ନେଇ ମାଆ କହିଛନ୍ତି ଯେ, ଭାରତର ଜିତିବାରେ ଯୋଗଦାନଠୁ ଆରମ୍ଭ କରି ପାକିସ୍ତାନଠୁ ହାରିବା ଯାଏଁ ସେ ପୁଅ କ୍ୟାରିଅରର ଅନେକ ଘଟଣା ଦେଖିଛନ୍ତି । ପୁଅ ସଦାବେଳେ ସକରାତ୍ମକ ରହିଥାଏ । ଯେତେବେଳେ ପୁଅର ଚୟନ ହେଲା ସେ ପ୍ରାର୍ଥନା କରୁଥିଲେ । ଏବେ ପୁଅ ବିଶ୍ୱକପ ଜିତାଇବ । ସେ ଭାରତ କିପରି ଟ୍ରଫି ଜିତିବ ଓ ପୁଅ ଭଲ ପ୍ରଦର୍ଶନ କରିବେ ସେନେଇ ପ୍ରାର୍ଥନା କରିଥିବା କହିଛନ୍ତି ।

ସୂଚନାଯୋଗ୍ୟ, ଦ୍ରୁତ ବୋଲର ଜସପ୍ରିତ ବୁମରାହ ଓ ଡେଥ୍ ଓଭରର ସ୍ପେଶାଲିଷ୍ଟ ହର୍ଷଲ ପଟେଲ ଆହତ ଜନିତ କାରଣରୁ କିଛି ସମୟ ବାଦ୍ ପଡିଥିଲେ । ଏବେ ଉଭୟ ପୁଣି ଦଳକୁ ଫେରିଛନ୍ତି । ଏମାନଙ୍କ ବ୍ୟତୀତ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂଙ୍କୁ ମଧ୍ୟ ଦଳରେ ନିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ