ରାଜ୍ୟ

ପୁଅ ବାହା ହେଉଥିବା ଜାଣି ବେକରେ ଦଉଡ଼ିଦେଲେ ବାପା, ବନ୍ଦ ହେଲା ବାହାଘର

ବ୍ରହ୍ମପୁର: ଏପଟେ ପୁଅର ବାହାଘର, ସେପଟେ ବାପାର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ସାନସୁକା ଗ୍ରାମରେ। ସୂଚନା ଅନୁଯାୟୀ ଆଜି ସକାଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗାଁର ଖଦାଳ ମହାରଣା(୫୭)ଙ୍କ ପୁଅ ବୁଲୁଙ୍କର ଗାଁ ପାଖରେ ଥିବା ସାଙ୍କୁଳାଇ ପୀଠରେ ବାହାଘର ଚାଲିଥିଲା। ହେଲେ ପୁଅର ମାମୁ ପୁଅକୁ ବାହା କରୁଥିବା ବେଳେ ତାଙ୍କୁ ନ ପଚାରିବାରୁ ଅଭିମାନ କରି ଖଦାଳ ମହାରଣା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଆତ୍ମହତ୍ୟା ପୂର୍ବରୁ ସେ ଥାନା କର୍ମଚାରୀଙ୍କୁ ଅବଗତ କରି ଆତ୍ମହତ୍ୟା କରିଥିବା କହିଛନ୍ତି ସ୍ଥାନୀୟ ସମିତି ସଭ୍ୟ। ଏହି ଖବର ପ୍ରଚାରିତ ହେବା ମାତ୍ରେ ବାହାଘର ସ୍ଥଗିତ ରଖାଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ବାଲିପଦର ଫାଣ୍ଡି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ, ବୁଲୁ ଓ ବାପା ଖଦାଳ ମହାରଣାଙ୍କ ଭିତରେ ମନୋମାଳିନ୍ୟ ଥିବା ହେତୁ ବୁଲୁ ମାମୁ ଘରେ ରହୁଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।