ଅପରାଧ ରାଜ୍ୟ

ପୁଅର ଶବ ଗାଁକୁ ନ ଆଣିବାରୁ ମା’ ବାସନ୍ଦ: ମାସେ ହେଲା ଦୁଇପୁଅ ସହ ଗଛମୂଳେ

ଆନନ୍ଦପୁର: ଭେଣ୍ଡିଆ ପୁଅର ମୃତ୍ୟୁପରେ ପାଖରେ ଟଙ୍କା ନଥିବାରୁ ଶବକୁ ଘରକୁ ଆଣିପାରିଲେ ନାହିଁ ବିଧବା ମା’ । କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଶବଦାହ କଲେ। ପୁଅର ଶବ ଗାଁକୁ ଆଣି ଶେଷକୃତ୍ୟ ନକରିବାରୁ ଗ୍ରାମବାସୀ ମହିଳାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି। ଫଳରେ, ସେ ନିଜ ଘରକୁ ଯାଇନପାରି ଦୁଇଛୁଆଙ୍କୁ ଧରି ହାଡ଼ଭଙ୍ଗା ଶୀତରେ ଏକ ଗଛମୂଳେ ଦିନ କାଟୁଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ କୋଳିମାଟି ପଞ୍ଚାୟତର ଆଦିବାସୀ ବହୁଳ ଦରଖଳା ଗ୍ରାମରେ।

ଦରଖଳା ଗ୍ରାମ ଟାୱାରସାହିର ଦନ ହେମ୍ବ୍ରମଙ୍କ ତିନିବର୍ଷ ତଳେ ମୃତ୍ୟୁ ଘଟିଥିଲା। ବଡ଼ପୁଅ ବିବାହ କରି ଅଲଗା ରହୁଥିବା ବେଳେ ପତ୍ନୀ ଜାନ ହେମ୍ବ୍ରମ (୫୨) ମୂଲ ଲାଗି ତିନିପୁଅଙ୍କ ଲାଳପାଳନ କରୁଥିଲେ। ମାସେ ତଳେ ଆଉ ଏକପୁଅ ସାନ୍ତାଳ ହେମ୍ବ୍ରମ (୧୯) ନିଆଁ ପୁଉଁ ଥିବାବେଳେ ପୋଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଏବଂ ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୁଇଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ମା’ ଜାନ ଅର୍ଥାଭାବରୁ ପୁଅର ମୃତଦେହକୁ ଗାଁକୁ ଆଣିବା ପାଇଁ ସକ୍ଷମ ହୋଇ ନଥିଲେ। କଟକ ମହାନଗର ନିଗମ କର୍ତ୍ତୃପକ୍ଷ ‌ସାନ୍ତାଳଙ୍କ ଶବସତ୍କାର କରିଦେଇଥିଲେ।

ପୁଅର ମୃତଦେହ ଆଣି ଗାଁରେ ସତ୍କାର ନ କରିବାରୁ ଗ୍ରାମବାସୀଙ୍କ ଜାନଙ୍କୁ ସାମାଜିକ ବାସନ୍ଦ କରିଛନ୍ତି। ଫଳରେ, ଜାନ ନିଜ ଘରକୁ ଯାଇପାରୁ ନାହାନ୍ତି। ଏବେ ସେ ଦୁଇପୁଅଙ୍କୁ ଧରି ଗାଁ ମୁଣ୍ଡରେ ଏକ ଗଛମୂଳେ ରହିଛନ୍ତି। ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ଚାରିପଟେ ପିନ୍ଧାଲୁଗା ଘେରାଇଛନ୍ତି। ଭୋଜି ପାଇଁ ଗୋଟିଏ ଛେଳି କିମ୍ବା ମେଣ୍ଢା ଏବଂ ହାଣ୍ଡିଆ ଦେଲେ ସାମାଜିକ ବାସନ୍ଦ ହଟିବ, ସେ ଘରକୁ ଯାଇପାରିବେ ବୋଲି ଜାନ କହିଛନ୍ତି। ଆସନ୍ତା ଗୁରୁବାର ସେ ଧାର କରି ଏକ ମେଣ୍ଢା କିଣି ଗ୍ରାମବାସୀଙ୍କ ଦାବି ପୂରଣ କରିବେ ବୋଲି କହିଛନ୍ତି। ତେବେ ଗ୍ରାମବାସୀ ଏ ସମ୍ପର୍କରେ ମୁହଁ ଖୋଲୁ ନଥିବା ବେଳେ ସେମାନଙ୍କର ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।