ରାଜ୍ୟ

ପୁଅର କାର୍ଯ୍ୟକଳାପରେ ଅତିଷ୍ଠ ବାପା-ମା’ ପିଇଲେ ବିଷ

ପାଟପୁର: ଚାକିରି କରାଇଦେବା ନାଁରେ ପୁଅ ବେ‌କାର ଯୁବକଯୁବତୀଙ୍କୁ ଲକ୍ଷାଧିକ ଟଙ୍କା ଠକି ନେଇ ଫେରାର ହୋଇଗଲା। ଆଉ ଠକେଇର ଶିକାର ହୋଇଥିବା ସହ ଚାକିରି ପାଇ ନଥିବାରୁ ପ୍ରତିଦିନ ଘରଦାଣ୍ଡକୁ ଲୋକ ଆସି ଗାଳିଗୁଲଜ କରିବା ସହ ଟଙ୍କା ମାଗୁଥି‌ଲେ। ପୁଅର ଏଭଳି କାରନାମା ଓ ଅପମାନ ଶେଷରେ ଅସହ୍ୟ ହେବାରୁ ମାନସିକ ଭାରସାମ୍ୟ ହରାଇ ବାପା-ମା’ ବିଷ ପିଇଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଓ ବ୍ରହ୍ମପୁର ସଦର ଥାନା ଅଧୀନ ଗୌତମୀ ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି।

ଗୌତମୀ ଗ୍ରାମ ଗୋଲାସାହିରେ ରହୁଥିବା ଅବସରପ୍ରାପ୍ତ ଅମିନ ଏସ୍. ମୁକୁନ୍ଦ ଦୋରା (୬୫) ଓ ଏସ୍. ଦମୟନ୍ତୀ ଦୋରା (୫୬)ଙ୍କ ପୁଅ ଲୁଲୁ ନିଜ ଗାଁ ଓ ଆଖପାଖ ଗ୍ରାମର ବହୁସଂଖ୍ୟକ ଯୁବକଯୁବତୀଙ୍କଠାରୁ ବ୍ୟାଙ୍କ୍ ଓ ରେଳବାଇରେ ଚାକିରି କରାଇଦେବ କହି ଲକ୍ଷାଧିକ ଟଙ୍କା ସଂଗ୍ରହ କରିଥିଲା। କିନ୍ତୁ ଦୁଇବର୍ଷ ହେଲା ସେ ଫେରାର ଅଛି। ଠକାମିର ଶିକାର ହୋଇଥିବା ଜାଣିବା ପରେ ଆଶାୟୀ ଯୁବକଯୁବତୀ ଓ ସେମାନଙ୍କ ପରିବାରବର୍ଗ ବାରମ୍ବାର ମୁକୁନ୍ଦଙ୍କ ଘରକୁ ଆସିବା ସହ ଧମକଚମକ ଦେଉଥିଲେ। ଗତକାଲି ବି କିଛି ଲୋକ ଆସି ଗାଁ ଦାଣ୍ଡରେ ଗାଳିଗୁଲଜ କରିଥିଲେ। ‌ଫଳରେ ମୁକୁନ୍ଦ ଓ ଦମୟନ୍ତୀ ଏଥିରେ ମର୍ମାହତ ହୋଇଥିଲେ। ଗତକାଲି ରାତିରେ ଏମାନେ ଆତ୍ମହତ୍ୟା ପାଇଁ ଚରମ ପଦକ୍ଷେପ ନେଇ କୀଟନାଶକ ବିଷ ପିଇଦେଇଥିଲେ। ଆଜି ସକାଳେ ଘରର କବାଟ ନଖୋଲିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। କିଛି ଯୁବକ କବାଟକୁ ଭାଙ୍ଗି ପଶିଥିବା ବେଳେ ଦମୟନ୍ତୀଙ୍କ ମୃତ୍ୟୁ ହୋଇସାରିଥିଲା। ମୁକୁନ୍ଦଙ୍କୁ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଦମୟନ୍ତୀଙ୍କ ଶବକୁ ଦାହ କରାଯାଉଥିବା ବେଳେ ବ୍ରହ୍ମପୁର ସଦର ଥାନା ପୁଲିସ ପହଞ୍ଚି ଦରପୋଡ଼ା ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।