ଅପରାଧ ରାଜ୍ୟ

ପୁଅକୁ ସ୍କୁଲରେ ଛାଡ଼ି ଘରକୁ ଫେରୁଥିଲେ ଯୁବକ: ବୋଲେରୋ ଧକ୍କାରେ ଚାଲିଗଲା ଜୀବନ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ଧୋବାଗଡ଼ିଆ-ରାଣୀତାଲ ରାସ୍ତାର ଭୀମନାଥପୁର ଛକ ନିକଟରେ ବୋଲେରୋ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ।ମୃତକ ହେଲେ ଖଇରା ଥାନା ଅଧୀନ ସିଙ୍ଗିଡ଼ି ଗାଁର ୩୫ ବର୍ଷୀୟ ଯୁବକ ରଶ୍ମିରଞ୍ଜନ ବେହେରା। ରଶ୍ମିରଞ୍ଜନ ଆଜି ସକାଳେ ତାଙ୍କ ପୁଅକୁ ସାଇକେଲ ଯୋଗେ ବାରାପୁର ସରସ୍ୱତୀ ଶିଶୁମନ୍ଦିରରେ ଛାଡ଼ି ଫେରିବା ସମୟରେ ଭୀମନାଥପୁର ଛକ ନିକଟରେ କୁପାରୀ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରଶ୍ମିରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଲୋକେ ରଶ୍ମିରଞ୍ଜନଙ୍କୁ ଖଇରା ମେଡିକାଲକୁ ପଠାଇବା ସହିତ ବୋଲେରୋ ଚାଳକଙ୍କୁ ଅଟକ ରଖିଛନ୍ତି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଟାୟାର ଜାଳି ଧାରଣାରେ ବସିଛନ୍ତି। ଏହାଫଳରେ ରାଣୀତାଲ-ଧୋବାଗଡ଼ିଆ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଖଇରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।