ଦେଶ ବିଦେଶ ମନୋରଞ୍ଜନ

ପିୟୁଷ ଜୈନଙ୍କ IT ରେଡ୍‌କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ‘ରେଡ୍-୨’, ନିର୍ଦ୍ଦେଶକ କଲେ ଘୋଷଣା…

ନୂଆଦିଲ୍ଳୀ ୦୧।୦୧ : ବଲିଉଡରେ ଏବେ ଟ୍ରେଣ୍ଡ ଚାଲିଛି ବାୟୋପିକ୍ ସାଙ୍ଗକୁ ସିକ୍ୟୁଏଲ । ଏହା ବ୍ୟତୀତ ବଲିଉଡ୍ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ସତ ଘଟଣାକୁ ନେଇ ଏବେ ଫିଲ୍ମ ନିର୍ମାଣ କରିବାକୁ ପସନ୍ଦ କରୁଛନ୍ତି । ଏବେ ଶୁଣିବାକୁ ମିଳିଛି କି ଉତ୍ତର ପ୍ରଦେଶର ଅତର ବ୍ୟବସାୟୀ ପିୟଷ ଜୈନଙ୍କ କୁବେର ଉପରେ ହେବ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଚଢାଉ ପରେ ତାଙ୍କ ଘରୁ କୋଟି କୋଟି ଟଙ୍କା ସହ ଦାମୀ ଘର ଓ ସୁନା ଅଳଙ୍କାରର ଠିକଣା ମିଳିଛି । କୁହାଯାଉଛିକି ଏବେ ପିୟୁଷ ଜୈନଙ୍କ ଏହି ଘଟଣାକୁ ନେଇ ଏକ ଫିଲ୍ମର ଘୋଷଣା କରାଯାଇଛି । ନିର୍ଦ୍ଦେଶକ କୁମାର ମଙ୍ଗତ ପାଠକ ଉତ୍ତର ପ୍ରଦେଶ କାନପୁର ଓ କନ୍ନୌଜରେ ପିୟୁଷଙ୍କ ଘର ଉପରେ କରାଯାଇଥିବା ଚଢଉକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । କୁମାର ମଙ୍ଗତ ପାଠକ ଏହି ଚଢାଉକୁ ନେଇ ‘ରେଡ ୨’ ଫିଲ୍ମର ଆସିବ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ତାଙ୍କ ଫିଲ୍ମ ‘ରେଡ’ରେ ସେ ଦେଖାଇଥିଲେ ପାଚିରୀରେ କେମିତି ଟଙ୍କା ରଖାଯାଇଥିଲା ।

ତେବେ ଠିକ୍‌ ସେମିତି ପିୟୁଷଙ୍କ ପାଚିରୀରୁ ସେମିତି କୋଟି କୋଟି ଟଙ୍କା ମିଳିବା ତାଙ୍କୁ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆହୁରି ଉତ୍ସାହିତ କରିଛି ବୋଲି ସେ କହିଛନ୍ତି । ଆଗାମୀ ଫିଲ୍ମରେ ବି ସେ ଏହି ଦୃଶ୍ୟ ରଖିବେ ବୋଲି କହିଛନ୍ତି । ୨୦୦୮ରେ ଆସିଥିବା କୁମାର ମଙ୍ଗତ ପାଠକଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଅଜୟ ଦେବଗନ । ଏଥିରେ ସେ ଜଣେ ଆୟକର ଅଧିକାରୀ ଭୂମିକାରେ ନଜର ଆସିଥିଲେ । ଏହାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ତେବେ ଏଥର ‘ରେଡ ୨’ରେ ଅଜୟ ଦେବଗନ ଆସିବେ କି ନା ତାହା ଏପର୍ଯ୍ୟନ୍ତ ନିର୍ଦ୍ଦେଶକ ସ୍ପଷ୍ଟ କରି ନାହାନ୍ତି । ତାହା ଦେଖିବାକୁ ବାକି ଅଛି କି ଏହା କେବେ ଘୋଷଣା କରିବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ