ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପିସ୍ତଲ୍‌ ମାରିହୋଇ ଜୀବନ ହାରିଲେ କୋଇମ୍ବାଟୁର୍‌ ‘ଡିଆଇଜି’

କୋଇମ୍ବାଟୁର୍‌: ଆଜି ସକାଳେ କୋଇମ୍ବାଟୁର୍‌ ରେଞ୍ଜ୍‌ର ଡେପୁଟି ପୁଲିସ ଇନ୍‌ସ୍‌ପେକ୍ଟର୍‌ ବିଜୟକୁମାର ତାମିଲନାଡୁର କୋଇମ୍ବାଟୁର୍‌ସ୍ଥିତ ତାଙ୍କ ସରକାରୀ ବାସଭବନରେ ପିସ୍ତଲ୍‌ ମାରିହୋଇ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି।

ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ। ସଂଗୃହୀତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬.୧୫ ସମୟରେ ରେସ୍‌କୋର୍ସ ନିକଟରେ ଥିବା ରେଡ୍‌ ଫିଲଡ୍‌ସ୍‌ସ୍ଥିତ ସରକାରୀ ବାସଭବନରେ ‘ଆଇପିଏସ୍‌’ ବିଜୟକୁମାର ଗୁଳିମାରି ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ବାସଭବନରେ ଡିୟୁଟି କରୁଥିବା ଜଣେ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ପାଖରୁ ସେ ଉକ୍ତ ପିସ୍ତଲ୍‌ଟି ମାଗି ଆଣିଥିଲେ।

‘ଡିଆଇଜି’ ବିଜୟକୁମାର ଭୀଷଣ ବିଷାଦଗ୍ରସ୍ତ ଥ‌ିଲେ ଓ ତାଙ୍କୁ ନିଦ ହେଉ ନ ଥିଲା ବୋଲି ସେ କହୁଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ସେଥିପାଇଁ ତାଙ୍କୁ ‘କାଉନ୍‌ସେଲିଙ୍ଗ୍‌’ ଦିଆଯାଉଥିଲା ଓ ମାତ୍ର ଅଳ୍ପ ଦିନ ହେବ ତାଙ୍କ ପରିବାରବର୍ଗଙ୍କୁ ଚେନ୍ନାଇରୁ କୋଇମ୍ବାଟୁର୍‌କୁ ଅଣାଯାଇଥିଲା।

ପୁଲିସ କହିବା ଅନୁସାରେ, ତାଙ୍କ ସରକାରୀ ବାସଭବନରେ ଡିୟୁଟି କରୁଥିବା ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କଠାରୁ ମାଗି ଆଣିଥିବା ସର୍ଭିସ୍‌ ପିସ୍ତଲ୍‌ରେ ବିଜୟକୁମାର ଗୁଳି ମାରିହୋଇଛନ୍ତି। ତାଙ୍କ ବାସଭବନରେ ନିଯୁକ୍ତ ସୁରକ୍ଷାକର୍ମୀ ତୁରନ୍ତ ଏବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବକୁ କୋଇମ୍ବାଟୁର୍‌ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌କୁ ପଠାଯାଇଛି।

ଚଳିତ ବର୍ଷ ଜାନୁଆରି ମାସରେ କୋଇମ୍ବାଟୁର୍‌ ରେଞ୍ଜ୍‌ର ‘ଡିଆଇଜି’ ଭାବେ ଦାୟିତ୍ବ ଗ୍ରହଣ କରିବା ଆଗରୁ ୨୦୦୯-ବ୍ୟାଚ୍‌ର ‘ଆଇପିଏସ୍‌’ ଅଫିସର୍‌ ବିଜୟକୁମାର କାଞ୍ଚିପୁରମ୍‌, କୁଡ୍ଡାଲୋର୍‌, ନାଗାପଟ୍ଟନମ୍‌ର ଓ ତିରୁବରୁର୍‌ର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ ଅନ୍ନା ନଗରର ଡେପୁଟି ପୁଲିସ କମିସନର୍‌ ଥିଲେ।

ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଏମ୍‌‌.କେ. ଷ୍ଟାଲିନ୍‌ ଟୁଇଟ୍‌ ଜରିଆରେ ‘ଆଇପିଏସ୍‌’ ଅଧିକାରୀ ବିଜୟକୁମାରଙ୍କ ଅକାଳମୃତ୍ୟୁ ଯୋଗୁଁ ଶୋକବ୍ୟକ୍ତ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ