ରାଜ୍ୟ ସ୍ୱାସ୍ଥ୍ୟ

ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାକସିନେସନ୍ ସେଣ୍ଟର, ରହିଛି କାର୍ଟୁନ ଓ ଆନିମେସନ ଥିମ୍

ନୂଆଦିଲ୍ଲୀ ୨୮/୧୨: ଜାନୁୟାରୀ ପହିଲାରୁ ସାରା ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ସାରା ଦେଶରେ ପିଲାଙ୍କର ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସମସ୍ତ ଭାକିନେସନ ସେଣ୍ଟରରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଆୟୋଜନ କରାଯାଉଛି ।

ଏହାରି ଭିତରେ ରାଜଧାନୀରେ ଦିଲ୍ଲୀରେ ପିଲାଙ୍କ ଟିକାକରଣ କେନ୍ଦ୍ରକୁ ସଜ୍ଜାଯାଉଛି । ଏଠାରେ ଥିବା ଷ୍ଟାର ଇମୋଜିଂ ଅଣ୍ଡ ପାଥୋଲ୍ୟାବ ଭାକସିନେସନ ସେଣ୍ଟରକୁ ଟିକେ ଖାସ୍ ଅନ୍ଦାଜରେ ସଜାଯାଇଛି । ଖାସ୍ କରି ପିଲାଙ୍କ ପାଇଁ ଏପରି କରାଯାଇଛି । ଏଠାରେ ବିଭିନ୍ନ ପ୍ରକାରର ଆନିମେସନ ଏବଂ କାର୍ଟୁନ ଥିମ୍‌ରେ ସଜ୍ଜାଯାଇଛି । ଏଣ୍ଟ୍ରି କଲାପରେ ପ୍ରଥମେ ରେଜିଷ୍ଟ୍ରସନ ଡେସ୍କ ରହିଛି ।


ରେଜିଷ୍ଟ୍ରେସନ ପରେ ଏକାସଂଗେ ୪ରୁ ୫ ଜଣ ପିଲାଙ୍କ ବସିବାର ବ୍ୟବସ୍ଥା କରାଯାଇଛି । ଏହାସହ ଯେଉଁଠି ଟିକା ଦିଆଯିବ ସେ ଗୃହକୁ ଅଲଗା କରି ପ୍ରସ୍ତୁତ ହୋଇଛି । ଏଠାରେ ସୁପର ହିରୋ ଏବଂ କାର୍ଟୁନ୍ସ ଫଟୋ ସବୁ ଲଗାଯାଇଛି । ଏହାସହ ଓ୍ୱେଟିଂ ରୁମରେ ପିଲାଙ୍କ ପଢିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ବିଭିନ୍ନ ପ୍ରକାରର ବହି ସବୁ ସୁନ୍ଦର ଭାବେ ରଖାଯାଇଛି ।

ଆହୁରି ଗୋଟିଏ ବିଷୟ ହେଉଛି ପିଲାମାନେ ଟିକା ନେବା ପରେ କେମିତି ଘାବରେଇ ନଯିବେ ବା ମନୋଭାବ ବଦଳିନଯିବ ସେପରି ଭାବେ ହୋଇଛି ପ୍ରସ୍ତୁତ । ଅଧିକ ସଂଖ୍ୟାରେ ପିଲା କେମିତି ଟିକା ନେବାକୁ ଆକୃଷ୍ଟ ହେବେ ସେସବୁକୁ ଦୃଷ୍ଟିରେ ରଖି ଏମିତି କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ