ଫୁଲବାଣୀ ୦୭/୦୫: ସରକାର ପ୍ରଥମରୁ ଅଷ୍ଟମ ଯାଏ ପାଠ ପଢୁଥିବା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେଉଛନ୍ତି । ଫଳରେ ଅଧିକରୁ ଅଧିକ ପିଲା ସ୍କୁଲ ଆସିବେ ପାଠ ପଢିବେ । ଆଉ ପିଲାଙ୍କ ସ୍ୱାସ୍ଥ୍ୟ ଠିକ ରହିବ ।
ହେଲେ କନ୍ଧମାଳ ଜିଲା କ. ନୂଆଗାଁ ବ୍ଳକ ବଣ୍ଡ ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ଅର୍ଦ୍ଧନିର୍ମିତ ଘରର ବାଲି ମାଟିରେ ବସି ଅପରିଷ୍କାର ପରିବେଶରେ ମଧ୍ୟାହ୍ନ ଭୋଜନ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଅବସ୍ଥାରେ ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବା ପରିବର୍ତେ ବିଗିଡ଼ିଯିବାର ସମ୍ଭାବନା ଯଥେଷ୍ଟ ରହିଛି ବୋଲି ଅବିଭାବକ ମାନେ କହିଛନ୍ତି ।
ସ୍କୁଲରେ ବସିବାଲାଗି ସ୍ଥାନ ନାହିଁ ଫଳରେ ଅର୍ଦ୍ଧ ନିର୍ମିତ ସ୍କୁଲ ବାରଣ୍ଡାରେ ଖାଉଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । କେବଳ ଏହିଗୋଟିଏ ସ୍କୁଲ ନୁହେଁ ଜିଲାର ଅନେକ ସ୍ଥାନରେ ପିଲା ରାସ୍ତାରେ ବିଲହୁଡ଼ା ରେ ବସି ଖାଉଥିବା ଜଣାପଡ଼ିଛି । ଜିଲାପାଳ ଓ ଵିଇଓ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ।

