ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ପିଲାଙ୍କ କ୍ଷେତ୍ରରେ ଏହି ପରିବର୍ତ୍ତନ ଦେଖିଲେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ପିଲାମାନେ କ’ଣ କରୁଛନ୍ତି ଏହାକୁ ନେଇ ବାପା-ମା’ମାନେ ସର୍ବଦା ଚିନ୍ତା କରି ଥାଆନ୍ତି। ପିଲା ଯେପରି ଖରାପ ରାସ୍ତାରେ ନଯାଉ ସେଥିପ୍ରତି ଦୃଷ୍ଟି ଦେଇଥାଆନ୍ତି। ଧୀରେ ଧୀରେ ବୟସ ବଢ଼ିବା ସହିତ ପିଲାମାନେ ଠିକ ଭୁଲର ମଧ୍ୟରେ ପାର୍ଥକ୍ୟ ଜାଣି ନପାରି ଭୁଲ କରି ବସନ୍ତି। ଯାହା ଦ୍ବାରା ପିଲାଙ୍କ ସମେତ ତାଙ୍କ ବାପା-ମା’ଙ୍କୁ ବି ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ନିକଟରେ ଏକ୍ସପର୍ଟସ୍ କହିଛନ୍ତି, କିଛି ଲକ୍ଷଣକୁ ନଜର ରଖି ପିଲାଙ୍କ ମାନସିକସ୍ଥିତି କିପରି ଅଛି ଆପଣ ଜାଣି ପାରିବେ। ଆଉ ପିଲାଙ୍କୁ ଭୁଲ ରାସ୍ତାରେ ଯାଉଥିଲେ ଅଟକାଆଇ ପାରିବେ।

ଯଦି ଆପଣଙ୍କ ପିଲାର ସ୍ବଭାବ ହଠାତ ବଦଳି ଯାଉଛି । ଯେମିତି କି ସେ ଅଧିକ ଖୁସି ରହୁଛି କି ଅଧିକ ଦୁଃଖୀ ରହୁଛି। ତେବେ ନିଶ୍ଚୟ ପିଲାଙ୍କ ଉପରେ ଧ୍ୟାନ ଦିଅନ୍ତୁ। ‌ତାର ଖୁସିର କାରଣ କ’ଣ କିମ୍ବା ସେ କାହିଁକି ବିନା କାରଣରେ ଦୁଃଖୀ ରହୁଛି ତାହା ଜାଣିବାକୁ ଚେଷ୍ଟା କରନ୍ତୁ।

ସେହିପରି ଯଦି ପିଲାମାନେ କୌଣସି କାମ ପ୍ରତି ସ୍ଫୃହା ରଖୁ ନାହାନ୍ତି ଏଥିପ୍ରତି ବି ବାପା-ମା’ ଦୃଷ୍ଟି ରଖିବା ଉଚିତ। ତାଙ୍କ ମନରେ କ’ଣ ଚାଲିଛି ତାହା ଜାଣିବାକୁ ଚେଷ୍ଟା କରନ୍ତୁ।

ସାଧାରଣ କାମକୁ ବି ଯଦି ପିଲାମାାନେ ଲୁଚାଇ କରୁଛନ୍ତି। ତେବେ ମା’ ବାପାଙ୍କୁ ବି ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ସେହିପରି ପିଲାମାନେ ଯଦି ଭଲ ପଢ଼ୁଛନ୍ତି ହଠାତ ତାଙ୍କର ପାଠପଢ଼ା ପ୍ରତି ଆଗ୍ରହ କମି ଯାଉଛି। ତେବେ ତାଙ୍କର ମନ ଅନ୍ୟ କୌଣସି କାମରେ ରହିଥିବା ନେଇ ବାପା-ମା’ ବୁଝି ଯିବା ଦରକାର। ମାଡ଼ମାରି ଭୟ ଦେଖାଇ ପିଲାଙ୍କୁ ଶାସନ କରିବା ପରିବର୍ତେ ବୁଝାଇବାକୁ ଚେଷ୍ଟା କରନ୍ତୁ। ମାଡ଼ ମାରିବା ଦ୍ବାରା ପିଲାମାନେ ଅଧିକ ଜିଦଖୋର ହୋଇ ଆହୁରି ଭୁଲ କରି ବସନ୍ତି।

ପିଲାମାନେ ସବୁ ବେଳେ କାହାକାହା ସହିତ ସାଙ୍ଗ ହେଉଛନ୍ତି ବାପା-ମା’ଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଯଦି ଅନେକ ଦିନ ଧରି ସାଙ୍ଗ ହେଉଥିବା ପିଲାଙ୍କୁ ଛାଡ଼ି ଅନ୍ୟମାନଙ୍କ ସହ ଆପଣଙ୍କ ପିଲା ସାଙ୍ଗ ହେଉଛି। ତାହାର କାରଣ ବି ବାପା-ମା’ଙ୍କୁ ଜାଣିବାକୁ ଦରକାର। କାରଣ ପିଲାମାନେ ବେଳେ ବେଳେ ଖରାପ ସାଙ୍ଗରେ ପଡ଼ି ଯାଇଥାଆନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ