ଧର୍ମ

ପିତୃପକ୍ଷରେ କରନ୍ତୁନି ଏହି ୫ଟି କାମ, ସବୁ ବେଳେ ଖାଲି ରହିବ ପକେଟ୍

ଭାଦ୍ରବ ମାସ ପୂର୍ଣ୍ଣିମାରୁ ହିଁ ଆରମ୍ଭ ହୁଏ ପିତ୍ରୁପକ୍ଷ ମହାମୋକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ପିତୃଲୋକ ସେମାନଙ୍କ ପରିବାରକୁ ଭେଟିବାକୁ ଧରାବତରଣ କରନ୍ତି ବୋଲି ଭାରତୀୟ ଧର୍ମଗ୍ରନ୍ଥରେ ବର୍ଣ୍ଣନା ରହିଛି। ଏଣୁ ଏହି ସମୟରେ ନିଜର ପିତରଙ୍କ ଶ୍ରଦ୍ଧା ଉଦ୍ଦେଶ୍ୟରେ ଲୋକେ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରିଥାନ୍ତି। ତେବେ ପିତୃପକ୍ଷରେ କିଛି ପାଳନୀୟ ରହିଛି। ଯାହା ଦୈନିନ୍ଦିନ ଜୀବନରେ ପାଳନ କଲେ ଲୋକେ ସୁଖଶାନ୍ତିରେ ବର୍ଷଟି କଟାଇ ଦିଅନ୍ତି। ଏହାର ଅବଜ୍ଞାରେ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ପିତୃପକ୍ଷରେ କଣ କରିବା ଓ ନ କରିବା ଉଚିତ।

ପିତୃପକ୍ଷ ମାତ୍ର ୧୫ ଦିନ। ଓଡିଆଙ୍କ ଘରେଘରେ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରାଯାଏ। ଲୋକେ ଗୟା ଯାଇ ସେମାନଙ୍କ ପିତରଙ୍କ ମୁକ୍ତି ଲାଗି ଶ୍ରାଦ୍ଧ ଦାନ ବି କରନ୍ତି। ତେବେ ଏହି ୧୫ ଦିନରେ କଣ କରଣୀୟ ନୁହେଁ ଜାଣନ୍ତୁ। ଏହି ଦିନମାନଙ୍କରେ ମଦ୍ୟପାନ ସମ୍ପୂର୍ଣ୍ଣ ନିଷିଧ। କାରଣ ଏହି ସମୟରେ ପିତର ଆମ ମାନଙ୍କ ସହ ରହୁଥିବା କୁହାଯାଏ। ଆମର ପ୍ରତ୍ୟେକ କାମରେ ସେ ନିଜର ଭଲମନ୍ଦ ଦେଖନ୍ତି। ଏଥିରେ ଯଦି ମଦ୍ୟପାନ କରାଯାଏ ପିତର ବ୍ୟଥିତ ହୁଅନ୍ତି ଓ ସେମାନଙ୍କ ପରଲୋକରେ ତାଙ୍କର ସନ୍ତତି ତାଙ୍କ ଲାଗି ଚିନ୍ତିତ ନୁହନ୍ତି ବୋଲି ଭାବନ୍ତି ଓ ଦୁଃଖି ହୁଅନ୍ତି।

Close-up Of Businessman Hand Reject A Glass Of Whisky Offered By Businessperson

ସେହିପରି ଏହି ୧୫ ଦିନ ମତ୍ସ୍ୟ, ମାଂସ ଓ ଆମିଷାଦି ଆହାର ଛାଡିବାକୁ ପଡିଥାଏ। ଏମିତିରେ ମହାଳୟା ଶ୍ରାଦ୍ଧ ଲାଗି ଲୋକେ ଘର ଧୁଆଧୋଇ ରଙ୍ଗରାଙ୍ଗ କରନ୍ତି। ଏଣୁ ଆମିଷ ଆଦି ଖାଦ୍ୟ ଖାଇ ନଥାନ୍ତି। ଯଦି ବା ଭୁଲରେ କୌଣସି ପରିବାରରେ ଆମିଷ ଭୋଜନ ହେଉଥାଏ ତେବେ ପିତର ବ୍ୟଥୀତ ହୁଅନ୍ତି। ଏଭଳି ତାମସିକ ଖାଦ୍ୟରେ ସେମାନଙ୍କର ଋଚି ନଥାଏ ଏଣୁ ସେମାନଙ୍କ ଅସନ୍ତୋଷ ଆମକୁ ହିଁ ଭୋଗିବାକୁ ପଡିଥାଏ। ସେହିପରି ପିତର ଆମ ସହ ରହୁଥିବା ଅନୁଭ କରିବା ସହ ସେମାନଙ୍କ ଲାଗି ଘରେ ସମସ୍ତଙ୍କ ଖାଇବା ପୂର୍ବରୁ ଖାଦ୍ୟ କାଢି ରଖିବା ଉଚିତ। ପ୍ରତ୍ୟହ ସେମାନଙ୍କ ସନ୍ତୋଷ ଲାଗି ଜଳ ଅର୍ପଣ କରାଯାଏ। ଏପରି କରିବା ଦ୍ୱାରା ସେମାନେ ସନ୍ତୁଷ୍ଟ ହେବା ସହ ଆମର ହେଉନଥିବା କାମ ସବୁ ଆମ ସାଥିରେ ରହି କରାଇ ଦେଇଥାନ୍ତି।

ପିତୃପକ୍ଷରେ ପ୍ରତ୍ୟହ ପିତରଙ୍କ ସ୍ମୃତିଚାରଣ କରିବା ଆବଶ୍ୟକ। ସେମାନଙ୍କ ସନ୍ତୁଷ୍ଟି ଲାଗି ପୂଜା ପ୍ରାର୍ଥନା, ଦାନ ଆଦି କରାଗଲେ ସେମାନେ ସନ୍ତୁଷ୍ଟ ରହନ୍ତି। ଯଦି ଏହା ନକରି ବିପରୀତ ଆଚରଣ କରନ୍ତି ତେବେ ମିତ୍ରମାନେ ସାଥ ଦେଇ ନଥାନ୍ତି। ଫଳରେ ଆମର ପତନର ପର୍ବ ଆରମ୍ଭ ହୋଇଯାଏ। ଏହି ସବୁଦିନମାନଙ୍କରେ କେବେ ଉଲଗ୍ନ ଶୋଇବା ଉଚିତ ନୁହେଁ । ଯଦି ଏହି ସବୁ କାମ କରାଯାଏ ପିତରଙ୍କ ଅସନ୍ତୋଷ ମଣିଷକୁ ଭୋଗିବାକୁ ପଡିଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ