ମନୋରଞ୍ଜନ

ପିତାଙ୍କୁ ହରାଇଲେ ଆଉ ଜଣେ ଅଭିନେତ୍ରୀ: ସେୟାର କଲେ ଇମୋସନାଲ ପୋଷ୍ଟ

ମୁମ୍ୱାଇ ୨/୫: ପିତାଙ୍କୁ ହରାଇଲେ ଆଉ ଜଣେ ଅଭିନେତ୍ରୀ । କରୋନା ପାଇଁ ଚାଲିଗଲା ବାପାଙ୍କ ଜୀବନ । ସୋସିଆଲ ମିଡିଆରେ ଇମୋସନାଲ ପୋଷ୍ଟ କରି ଦର୍ଶକଙ୍କୁ ଜଣାଇଲେ । ଗତ କିଛିଦିନ ତଳେ ନିମୋନିଆରେରେ ପୀଡିତ ଥିଲେ ଟେଲି ଅଭିନେତ୍ରୀ ସ୍ନେହା ବାଘଙ୍କ ପିତା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଟେଷ୍ଟ କରାଯିବାରୁ କରୋନାରେ ସଂକ୍ରମିତ ଥିବା ଜଣାପଡିଥିଲା ।

ପରେ ଦିନାତିକ୍ରମେ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଦେଇଥିଲେ । କିଛିଦିନ ଚିକିତ୍ସା ପରେ ତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ସ୍ନେହା । ଏଥିପାଇଁ ସେ ସୋସିଆଲ ମିଡିଆରେ ମନର କଥା ଲେଖିଛନ୍ତି। ସେ କହିଛନ୍ତି ଆମ ପାଇଁ ବାପା ଥିଲେ ହିରୋ । ସେ ନାହାନ୍ତି ସତ କିନ୍ତୁ ତାଙ୍କ ଆବର୍ତ୍ତମାନରେ ଆମେ ତାଙ୍କ ଫଟୋକୁ ଦେଖି ନିଜର ଦୁଃଖକୁ ଭୁଲାଉଛୁ ।

ବାପା ଥିଲେ ଜଣେ ଧୈର୍ଯ୍ୟବାନ, ସାହାସୀ ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି । ତମ ପାଇଁ ଆଜି ମୁଁ ସଫଳତା ପାଇଛି । ତମେ ଆମକୁ ସତ୍ୟର ସାନ୍ମା କରିବାକୁ ଶିଖାଇଥିଲ । ଜଣେ ଭଲ ମଣିଷ ହେବା ପାଇଁ କଣ ଦରକାର ତାହା ଆମେ ତମଠୁ ଜାଣିଥିଲୁ । ତେମେ ସିନା ଚାଲିଗଲ ହେଲେ ଏକୁଟିଆ କରିଦେଇଗଲ । ଏହାସହ ସ୍ନେହା କହିଛନ୍ତି ଆମେ ତମ ପାଇଁ କିଛି ବି କରିପାରିଲୁନି । ଆମର ଏ ଜୀବନ ଆଗଭଳି ନାହିଁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ