ଖେଳ ଦେଶ ବିଦେଶ

ପିଟି ଉଷାଙ୍କ କୀର୍ତ୍ତିମାନ ଭାଙ୍ଗିଲେ ଧନଲକ୍ଷ୍ମୀ

ପତିଆଲା: ପଞ୍ଜାବର ପତିଆଲାଠାରେ ଚାଲିଥିବା‌ ୨୪ତମ ଜାତୀୟ ବରିଷ୍ଠ ଫେଡେ‌ରେସନ୍ କପ୍ ଦୌଡ଼କୁଦ ପ୍ରତିଯୋଗିତାରେ ତାମିଲନାଡୁର ଧନଲକ୍ଷ୍ମୀ ମହାନ ଧାବିକା ପିଟି ଉଷାଙ୍କ ମିଟ୍ ରେକର୍ଡ ଭାଙ୍ଗିଛନ୍ତି। ଗୁରୁବାର ମହିଳା ୨୦୦ ମିଟର ଦୌଡ଼ର ସେମିଫାଇନାଲ୍‌କୁ ୨୩.୨୬ ସେକେଣ୍ଡରେ ଶେଷ କରି ପାୱଲି ଏକ୍ସପ୍ରେସ୍‌ ଉଷାଙ୍କୁ ଟପିଥିଲେ ଭାରତୀୟ ଦୌଡ଼କୁଦର ଏହି ନୂଆ ନାୟିକା। ଭାରତୀୟ ଦୌଡ଼କୁଦର ମହାରାଣୀ ଉଷା ୧୯୯୮ ମସିହାରେ ଚେନ୍ନାଇଠାରେ ଆୟୋଜିତ ଫେଡେରେସନ୍ କପ୍‌ରେ ୨୦୦ ମିଟର ଦୌଡ଼କୁ ୨୩.୩୦ ସେକେଣ୍ଡରେ ଶେଷ କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ ଅତୁଟ ରହିଥିଲା।

ଧନଲକ୍ଷ୍ମୀ ଦୀର୍ଘ ୨୩ ବର୍ଷ ପରେ ଏହି କୀର୍ତ୍ତିମାନକୁ ଅତିକ୍ରମ କରିଛନ୍ତି। ଏହା ପୂର୍ବରୁ ବୁଧବାର ୧୦୦ ମିଟର ଦୌଡ଼ର ଫାଇନାଲ୍‌ରେ ସେ ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ‌ଅନ୍ୟପକ୍ଷରେ ପୁରୁଷ ୨୦୦ ମିଟର ଦୌଡ଼ରେ ଦେଶର ଦ୍ରୁତତମ ଧାବକ ତଥା ଓଡ଼ିଆ ତାରକା ଅମିୟ ମଲ୍ଲିକ ସେମିଫାଇନାଲ୍‌ରେ ପ୍ରବେଶ କରିଥ‌ିଲେ। ୧୦୦ ମିଟରରେ ନୈରାଶ୍ୟଜନକ ଭାବେ ସପ୍ତମ ସ୍ଥାନରେ ରହିଥିବା ସେ ୨୦୦ ମିଟରରେ ପଦକ ଜିତିବେ ବୋଲି ତାଙ୍କ ପ୍ରଶଂସକ ଆଶା ରଖିଛନ୍ତି। ଆଜି ହୋଇଥିବା ଅନ୍ୟ କେତେକ ବର୍ଗ ଯଥା ୮୦୦ ମିଟରରେ ହରିୟାଣାର କୃଷ୍ଣ କୁମାର, ପୁରୁଷ ପୋଲ ଭଲ୍ଟରେ ପ୍ରଶାନ୍ତ କଣିହା, ଡିସ୍‌କସ୍ ଥ୍ରୋରେ କୃପାଲ ସିଂହ, ମହିଳା ୮୦୦ ମିଟରରେ ଦିଲ୍ଲୀର ଚନ୍ଦା, ଉଚ୍ଚ ଡିଆଁରେ ତାମିଲନାଡୁର ଗ୍ରାସେନା ଗ୍ଲିସଟସ୍ ମେରି, ମହିଳା ଟ୍ରିପଲ ଜମ୍ପ‌ରେ ହରିୟାଣାର ରେଣୁ, ମହିଳା ହାମରଥ୍ରୋରେ ଉତ୍ତରପ୍ରଦେଶର ସରିତା ସିଂହ ଓ ହେପ୍ଟାଥଲନରେ ପଶ୍ଚିମବଙ୍ଗର ସ୍ବପ୍ନା ବର୍ମନ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ