ଅପରାଧ ରାଜ୍ୟ

ପିଛା ଛାଡୁନି ବିବାଦ, ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲେ ପୋଲିସ ଡ୍ରାଇଭର

ସୋନପୁର ୧୪।୭: ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ୍ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ୍ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପ୍ରଧାନ ।

ସୂଚନାଯୋଗ୍ୟ ଯେ, ଗୁରୁବାର ଜିଲ୍ଲାର ସୁବଳୟା ଥାନାରେ ଜନୈକ ଯୁବତୀ ରଞ୍ଜିତ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡ୍ରାଇଭର ରଞ୍ଜିତ ପ୍ରଧାନ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସୁବଳୟା ଥାନାରେ ମାମଲା ଦାୟର ହୋଇଥିଲା । ପରେ ସୁବଳୟା ପୋଲିସ ରଞ୍ଜିତକୁ ସୁବର୍ଣ୍ଣପୁରରୁ ଉଠାଇ ଆଣି ଘଟଣାର ସତ୍ୟତା ତଦନ୍ତ କରି ଜେଲ୍ ହାଜତକୁ ପଠାଇ ଦେଇଛି ।

ପୂର୍ବରୁ ପୋଲିସ ଡ୍ରାଇଭର ନବରଙ୍ଗପୁରରେ ଚାକିରୀ କରୁଥିବା ସମୟରେ ମଧ୍ୟ ସେଠାକାର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଅଭିଯୋଗ କରିଥିଲେ । ସେତେବେଳେ ପୋଲିସ ଘଟଣାକୁ ରଫାଦଫା କରିଦେବା ସହ ରଞ୍ଜିତଙ୍କୁ ମାଲକାନଗିରି ବଦଳି କରିଦେଇଥିଲେ । ଏବେ କିଛି ମାସ ତଳେ ରଞ୍ଜିତ ପ୍ରଧାନଙ୍କ ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି ହୋଇଥିଲା । କିନ୍ତୁ ରଞ୍ଜିତଙ୍କ ଚିରତ୍ରରେ ପରିବର୍ତ୍ତନ ହେଲାନାହିଁ । ଏବେ ପୁଣି ସୁବଳୟା ଥାନା ଅଞ୍ଚଳର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଦୁଷ୍କର୍ମ ଭଳି ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ରଞ୍ଜିତଙ୍କୁ ଗିରଫ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।