ରାଜ୍ୟ

ପିଛାଛାଡ଼ୁନି ଦୁର୍ଘଟଣା: ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ

ନୂଆପଡ଼ା : ପିଛା ଛାଡ଼ୁନି ଟ୍ରେନ ଦୁର୍ଘଟଣା। ଗତ ୨ ତାରିଖରେ ବାଲେଶ୍ବର ନିକଟ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଲୋକ ପ୍ରାଣ ହରାଇଥିଲେ। ଏହାକୁ ନେଇ ପରିବେଶ ଶୋକାକୁଳ ଥିବା ବେଳେ ଆଉ ଦୁଇଟି ଟ୍ରେନ ଦୁର୍ଘଟଣା ଯାତ୍ରୀମାନଙ୍କୁ ଆତଙ୍କିତ କରି ପକାଇଛି। ବୁଧବାର ଦିନ ଯାଜପୁର ରୋଡରେ ଇଞ୍ଜିନବିହୀନ ମାଲଗାଡ଼ିରେ ୬ ଜଣ ଶ୍ରମିକ କଟିଯାଇଥିଲେ। ଗୁରୁବାର ଦିନ ଚଣ୍ଡିଖୋଲ ନିକଟରେ ଚଳନ୍ତା ମାଲଗାଡି ମଝିରୁ ଅଲଗା ହୋଇଯାଇଥିଲା। ୩ଟି ୱାଗନ ଛାଡ଼ି ଗାଡ଼ି ପଳାଇଥିଲା। ପୁଣି ଗୁରୁବାର ସନ୍ଧ୍ୟାରେ ନୂଆପଡ଼ାରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି।

ନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଖରିଆର୍‌ ରୋଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ସମୟରେ ସେଠାରେ ଆତଙ୍କ ଖେଳିଯାଇଥିଲା। ପ୍ରାଣ ବିକଳରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇପଡ଼ିଥିଲେ।

ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନା ନିକଟରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ରେ ନିଆଁ ଲାଗିଥିବା ନେଇ ଯାତ୍ରୀମାନେ ଜାଣିବା ପରେ ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସୁରକ୍ଷା ଦୃଷ୍ଟିରୁ ରେଲୱେ କର୍ତ୍ତୃପକ୍ଷ ଟ୍ରେନ୍‌କୁ ଖରିଆର ରୋଡ୍‌ ଷ୍ଟେସନକୁ ଆଣିଥିଲେ। ଟ୍ରେନ୍‌ର ଏସି ବଗି ନିକଟରେ ଚକର ବ୍ରେକ୍‌ସୋ ବାଇଣ୍ଡିଂରେ ନିଆଁ ଲାଗିଥିବା ଦେଖାଯାଇଥିଲା। ସେଠାରେ ପ୍ରବଳ ଧୂଆଁ ହେବାରୁ ଯାତ୍ରୀମାନେ ଅସୁରକ୍ଷିତ ମନେକରି ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଷ୍ଟେସନ ପରିସର ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ପଡ଼ିଥିଲା।

ଖବରପାଇ ଖରିଆରରୋଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ଷ୍ଟେସନ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଟ୍ରେନ୍‌ର ସବୁ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଟ୍ରେନ୍‌ର ଏସି ଚାଲୁନଥିବାରୁ ଯାତ୍ରୀମାନେ ଖରିଆରରୋଡ଼ ଷ୍ଟେସନରେ ହୋହାଲ୍ଲା କରିଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏସି ବନ୍ଦ ଥିବା ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଗାମୀ ଷ୍ଟେସନରେ ଏସି ସଜାଡ଼ିବାକୁ ରେଲୱେ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଯାତ୍ରୀମାନେ ଶାନ୍ତ ପଡ଼ିଥିଲେ। ସୂଚନାଥାଉ କି ଦୁର୍ଗ-ପୁରୀ ଟ୍ରେନ୍‌ ସନ୍ଧ୍ୟା ୬ଟା ୫୩ରେ ଖରିଆରରୋଡ ଷ୍ଟେସନରେ ପହଞ୍ଚିବାକୁ ଥିବାବେଳେ ବିଳମ୍ବ ହୋଇ ରାତି ପ୍ରାୟ ୧୦ଟା ୫ରେ ପହଞ୍ଚିଥିଲା। ନିଆଁ ଆୟତ୍ତ ପରେ ରାତି ପ୍ରାୟ ୧୧ଟା ୫ରେ ଖରିଆରରୋଡ଼ ଷ୍ଟେସନରୁ ଟ୍ରେନ୍‌ ଛାଡ଼ିଥିଲା।

ୱାଗନ୍ ଛାଡ଼ି ପଳାଇଲା ମାଲଗାଡ଼ି

ଚଣ୍ଡିଖୋଲ : ଗୁରୁବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ବଡ଼ଚଣା ନିକଟରେ ଏକ ମାଲବାହୀ ଟ୍ରେନ୍‌ର ୩ ଟି ୱାଗନ ଅଲଗା ହୋଇଯିବା ଏବଂ ଇଞ୍ଜିନ ସହ ବାକି ୱାଗନଗୁଡ଼ିକ କିଛି ବାଟ ଚାଲିଯିବା ଭଳି ଘଟଣା ଘଟିଛି।

ହରିଦାସପୁର-ପାରାଦୀପ ରେଳପଥରେ ଏହି କୋଇଲା ବୋଝେଇ ଟ୍ରେନ୍‌ଟି ଆଜି ପାରାଦୀପ ଯାଉଥିଲା। ହରିପୁର ରାହାଳ ନିକଟରେ ଟ୍ରେନ୍‌ ଇଞ୍ଜିନ୍‌ରୁ ହଠାତ୍‌ ତିନୋଟି ୱାଗନ୍ ଅଲଗା ହୋଇଯାଇଥିଲା ବୋଲି ଦେଖଣାହାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ଟ୍ରେନ୍‌ଟି ୨୦୦ ରୁ ୩୦୦ ମିଟର ଗଲାପରେ ଏହା ଜଣାପଡ଼ିଥିଲା। ୱାଗନ୍ ସଂଯୋଗ କରିବାପରେ ପୁଣି ଏହା ସ୍ବାଭାବିକ ଭାବେ ପାରାଦୀପ ଯାଇଥିବା ଜଣାଯାଇଛି। ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟିନାହିଁ। ଏ ବିଷୟରେ ଟ୍ରେନ୍‌ ଚାଳକ ସୂଚନା ପାଇବା ପରେ ଅଟକି ପୁଣି ଥରେ ବାକି ୱାଗନଗୁଡ଼ିକୁ ଯୋଡ଼ି ନେଇଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।