ଖେଳ

ପିଚ୍‌ରେ ରେସ୍ କଲେ ପଞ୍ଜାବର ବ୍ୟାଟ୍ସମ୍ୟାନ୍, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ, ୦୩/୦୫: ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲର ୨୯ତମ ମୁକାବିଲାରେ ପଞ୍ଜାବ କିଙ୍ଗସକୁ ୭ ଓ୍ୱିକେଟରେ ପରାସ୍ତ କରିଛି । ଦିଲ୍ଲୀ ଟସ୍ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଅଧିନାୟକ ମୟଙ୍କ ଅଗ୍ରଓ୍ୱାଲଙ୍କ ୯୯ ରନ୍ ବଳରେ ଦଳ ୨ ୦ଓଭରରେ ୬ ଓ୍ୱିକେଟ୍ ହରାଇ ୧୬୬ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୧୭.୪ ଓଭରରେ ୩ ଓ୍ୱିକେଟ୍ ହରାଇ ୧୬୭ ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ପଞ୍ଜାବ ବ୍ୟାଟିଂ କରୁଥିବା ବେଳେ ଏକ ଅଜବ ଘଟଣା ଘଟିଥିଲା । ଇନିଂସର ୧୪ ତମ ଓଭରରେ କ୍ରିଜରେ ଥିଲେ ମୟଙ୍କ ଅଗ୍ରଓ୍ୱାଲ ଓ ଦୀପକ ହୁଡ୍ଡା । ଅକ୍ଷର ପଟେଲ ବୋଲିଂ କରୁଥିଲେ । ଅକ୍ଷରଙ୍କ ତୃତୀୟ ବଲରେ ମୟଙ୍କ ଏକ୍ସଟ୍ରାକଭର୍ ରେ ଏକ ସଟ୍ ମାରିଥିଲେ ଓ ରନ୍ ନେବାକୁ ଚାହୁଁଥିଲେ । ନନ୍ ଷ୍ଟ୍ରାଇକର୍ ଏଣ୍ଡରେ ଥିବା ଦୀପକ ହୁଡ୍ଡା ମଧ୍ୟ କ୍ରିଜ୍ ବାହାରକୁ ଚାଲିଯାଇଥିଲେ ।

ଦୀପକଙ୍କୁ ରନ୍ ପୂରଣ ହେବ ବୋଲି ଲାଗିନଥିଲା । ଏହାପରେ ସେ ନିଜ କ୍ରିଜକୁ ଫେରିଯାଇଥିଲେ । କିନ୍ତୁ ମୟଙ୍କ ରହି ନଥିଲେ । ଉଭୟ ବ୍ୟାଟସମ୍ୟାନ୍ ଗୋଟିଏ ଦିଗକୁ ଧାଇଁଥିଲେ । ଫିଲଡର୍ ସିମରନ୍ ହେଟମାୟର ବଲ୍ ଥ୍ରୋ କରିଥିଲେ । ଅକ୍ଷର ସମୟ ନଷ୍ଟ ନକରି ପନ୍ତଙ୍କୁ ବଲ୍ ଦେଇଥିଲେ । ପନ୍ତ ମଧ୍ୟ ଓ୍ୱିକେଟରେ ବଲ୍ ଲଗାଇଥିଲେ ।

ଫିଲ୍ଡ ଅମ୍ପାୟାର ରନ୍ ଆଉଟକୁ ନେଇ ତୃତୀୟ ଅମ୍ପାୟାରଙ୍କ ସହାୟତା ଲୋଡିଥିଲେ । ଏଥିରେ ଦୀପକ ହୁଡ୍ଡା ଅଧା ପିଚ୍ ଅତିକ୍ରମ କରିପାରିନଥିଲେ ଓ ଅକ୍ଷର ତାଙ୍କୁ ରନ୍ ଆଉଟ୍ କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ଦୀପକ ମାତ୍ର ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

ମୟଙ୍କ ୫୮ ବଲ୍‌ରୁ ୯୯ ରନ୍ କରିଥିଲେ । ଏହି ପାଳିରେ ସେ ୮ ଚୌକା ଓ ୪ ଛକ୍କା ଥିଲା । ସେ ୯୯ ରନରେ ଅପରାଜିତ ରହିଥିବା ହେଉଛନ୍ତି ତୃତୀୟ ବ୍ୟାଟସମ୍ୟାନ୍ । ଏହାପୂର୍ବରୁ କ୍ରିସ ଗେଲ୍ ଓ ସୁରେଶ ରାଇନା ୯୯ ରନରେ ପ୍ୟାଭିଲିୟନ ଫେରିଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ